ନବରଙ୍ଗପୁର(ସଂଘର୍ଷ ମିଡିଆ ): – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝରିଗାଁ ବ୍ଳକର ଟିପାଗୁଡା ଗ୍ରାମରେ ଷୋହଳ ଏକର ଜମିର ଧାନ ଗଦା ରେ ଅଗ୍ନିକାଣ୍ଡ ଘଟି କ୍ଷତି ହେଉଥିବା ଖବର ପହଂଚି ଥିଲା ଅଗ୍ନିଶମ ବିଭାଗ ପାଖରେ l ତାହା ଥିଲା ଗତ ରାତ୍ରି ଦୁଇ ଘଣ୍ଟା ପଇଁଚାଳିଶ ମିନିଟ ସମୟର କଥା l ଅଗ୍ନିଶମ ବିଭାଗ ଫୋନରେ ଖବର ପାଇ ଅଗ୍ନିଶମ ବିଭାଗ ଭାରପ୍ରାପ୍ତ ଅଧିକାରୀ ଉପେନ୍ଦ୍ର କୁମାର ମହାରଣାଙ୍କ ନିର୍ଦ୍ଦେଶ କ୍ରମେ ଡ୍ରାଇଭର ହାବିଲଦାର ମଙ୍ଗଳ ଦାନ ହିକକା, ଏଫ ଏମ ଡି ପ୍ରଶାନ୍ତ କୁମାର ବିଶ୍ଵାଳ, ଏଫ ଏମ ମଳୟ ନାୟକ ଜନ୍ମେଜୟ ପଟେଲ, ହେମନ୍ତ ମାଝୀ ମନସିଂ ଶବର ପ୍ରମୂଖ ରାତ୍ରି ଦୁଇ ଘଣ୍ଟା ପଇଁଚାଳିଶ ସମୟରେ ଖବର ପାଇ ତତକ୍ଷଣାତ ଘଟଣାସ୍ଥଳ ଅଭିମୂଖେ ଯାଇ ନିଆଁ କୁ ଆୟତ୍ତ କରିଥିଲେ l ଘଟଣାରୁ ପ୍ରକାଶ ଯେ, ଭାଗବାନ ମାଝୀଙ୍କର ପାଞ୍ଚ ଏକର, ଲଛମନ ଭତ୍ରାଙ୍କର ଏକ ଏକର,ସିନ୍ଧୁ ମାଝୀଙ୍କ ଦୁଇ ଏକର, ଦାମ ଭତ୍ରlଙ୍କ ଦୁଇ ଏକର, ତୁଳା ରାମ ମାଝୀଙ୍କ ଦୁଇ ଏକର, କୁଶ ଭତ୍ରlଙ୍କ ଦୁଇ ଏକର, ବସୁଦେବ ମାଝୀଙ୍କ ଦୁଇ ଏକର ଏପରି ସାତ ଜଣଙ୍କର ଷୋହଳ ଏକର ଜମିର ଧାନ ଗଦା ଓ ତିନି ଜଣଙ୍କ ପାଳ ଗଦାରେ ଅଗ୍ନି କାଣ୍ଡ ଘଟିଥିଲା l ଅଗ୍ନିଶମ ବିଭାଗ ଦ୍ଵାରା ଧାନ ଆନୁମାନିକ ମୂଲ୍ୟ ପଞ୍ଚାନବେ ହଜାର ଟଙ୍କା ଓ ପାଳ ଅlଠ ହଜାର ଟଙ୍କାର କ୍ଷତି ହୋଇଥିବା ସୂଚନା ମିଳିଛି l ସମ୍ପୂର୍ଣ୍ଣ କ୍ଷତି ରୁ ଅଗ୍ନିଶମ ବିଭାଗ ଯୋଗୁଁ ରକ୍ଷା ପାଇ ଥିଲା lତେବେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଛି l ଅଗ୍ନିକାଣ୍ଡ ରାତ୍ରୀ ଏକ ଘଣ୍ଟା ପଇଁତିରିଶ ମିନିଟ ରେ କୌଣସି ଦୁର୍ବୃତ୍ତ ଲଗାଇ ଦେଇ ଥିବା ଜନସାଧାରଣ କହିବା ଅନୁସାରେ ଜଣା ପଡିଥିଲା l ଅଗ୍ନିଶମ ବିଭାଗ ଯୋଗୁଁ ଅଗ୍ନିକାଣ୍ଡରୁ ରକ୍ଷା, ଦୁର୍ଘଟଣାରୁ ଜୀବନ ବଞ୍ଚାଇବା, ପାଣି ରେ ବୁଡି ମୃତ୍ୟୁ ବରଣ କରିଥିବା ସ୍ଥାନ ମାନଙ୍କରେ ଶୀଘ୍ର ପହଂଚି ସେବା ଯୋଗାଇ ଦେବା ଭଳି କାର୍ଯ୍ୟରେ ନିୟୋଜିତ ହୋଇ ଜନସାଧାରଣଙ୍କ ପାଖରେ ପ୍ରଶଂଶନୀୟ ହୋଇ ପାରିଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l