ସାତପଡ଼ା ଠାରୁ ଜହ୍ନି କୁଦା ପର୍ଯ୍ୟନ୍ତ ଚିଲିକାରେ ଏକ ବ୍ରିଜ ନିର୍ମାଣ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦାବି

20

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀର ସାତପଡ଼ା ଠାରୁ ଜହ୍ନି କୁଦା ଯାଏ ଚିଲିକାରେ ଏକ ବ୍ରିଜ ନିର୍ମାଣ ପାଇଁ ଦୀର୍ଘ ଦିନ ହେବ ଦାବୀ ହୋଇ ଆସୁଛି । ହେଲେ ବାରମ୍ବାର ଦାବୀ ସତ୍ବେ ବିଭିନ୍ନ ସମସ୍ୟାକୁ ନେଇ ଏହି ଦାବୀ ପୂରଣ ଦିଗରେ ସମସ୍ୟା ସୃଷ୍ଟି ହୋଇଛି। ଫଳରେ ଲୋକଙ୍କ ଯାତାୟତ ନେଇ ଏବେବି ସମସ୍ୟା ଲାଗି ରହିଛି। ତେବେ ପୁରୀ ଗସ୍ତରେ ଆସିଥିବା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଏହି ବ୍ରିଜ ନିର୍ମାଣ ଦାବୀ ନେଇ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ସାତପଡ଼ା ଜହ୍ନିକୁଦା ବ୍ରିଜ ନିର୍ମାଣ କମିଟି ର ସଭାପତି ଙ୍କ ନେତୃତ୍ୱ ରେ ଏହି ଦାବୀ ପତ୍ର ପ୍ରଦାନ କରାଯାଇଛି। ବ୍ରିଜ ନିର୍ମାଣ ଦ୍ବାରା ହଜାର ହଜାର ଲୋକ ଉପକୃତ ହୋଇ ପାରିବେ। ପୁର୍ବରୁ ଏହି ବ୍ରିଜ ନିର୍ମାଣ ନେଇ ଉଦ୍ୟମ ହୋଇଥିଲେ ମଧ୍ୟ ଭୁଲ ଭାବେ ପରିବେଶ ଓ ଜୈବ ବିବିଧତା ନଷ୍ଟ ହେବା ତଥ୍ୟ ନେଇ ଏହି କାର୍ଯ୍ୟ ଆଗେଇ ପାରୁନାହିଁ। ଚିଲିକା ରେ ହଜାର ହଜାର ଯନ୍ତ୍ର ଚାଳିତଡଙ୍ଗା ଯାତାୟତ ଯୋଗୁ ଡିଜେଲ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ହେଉଚି। ଯନ୍ତ୍ର ଚାଳିତ ଡଙ୍ଗା ମାଡ ରେ ବିରଳ ସାମୁଦ୍ରିକ ଜୀବ, ଡଲଫିନଙ୍କ ଅକାଳ ରେ ମୃତ୍ୟୁ ହେଉଚି। ଏଣୁ ସାତପଡ଼ାରୁ ଜହ୍ନି କୁଦା ସ୍ଥାୟୀ ବ୍ରିଜ ନିର୍ମାଣ ହେଲେ ଆଉ ପରିବେଶ ପ୍ରଦୂଷଣ ହେବ ନାହିଁ କି ବିରଳ ସାମୁଦ୍ରିକ ଜୀବ ମୃତ୍ୟୁ ମୁଖ ରେ ପଡ଼ିବେ ନାହିଁ । ଏଣୁ ଚିଲିକା ରେ ପରିବେଶ, ଜୈବ ବିବିଧତା ବ୍ରିଜ ଯୋଗୁ ନଷ୍ଟ ହେବ ପ୍ରସଙ୍ଗ ସମ୍ପୂର୍ଣ ଅମୂଳକ। ଏ ଦିଗ ରେ ସମ୍ପୂର୍ଣ ତଥ୍ୟ କେନ୍ଦ୍ର ମନ୍ତ୍ରୀ ଟୁଡୁ ଙ୍କୁ ଦାବୀପତ୍ରରେ ଦିଆଯାଇ ଥିବା ସାତ ପଡ଼ା ଜହ୍ନି କୁଦା ବ୍ରିଜ ନିର୍ମାଣ କମିଟି ପକ୍ଷରୁ କୁହାଯାଇଛି। ତେବେ କେନ୍ଦ୍ର ମନ୍ତ୍ରୀ ଏହା ସବୁ ଶୁଣିବା ପରେ ବ୍ରିଜ ନିର୍ମାଣ କିଭଳି ଅଗ୍ରଗତି ହୋଇ ପାରିବ ସେ ନେଇ ପ୍ରୟାସ କରିବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇ ଥିବା ବ୍ରିଜ ନିର୍ମାଣ କମିଟିର ସଭାପତି ସୁଚନା ଦେଇଛନ୍ତି।ସେପଟେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଚନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଏହି କାର୍ଯ୍ୟ କଲେ ବ୍ରିଜ ନିର୍ମାଣ ଶିଘ୍ର ସମ୍ଭବ ହୋଇ ପାରିବ। ତେବେ ଚିଲିକା ଭଳି ଅଭୟାରଣ୍ୟ ରେ ବ୍ରିଜ ନିର୍ମାଣ ନେଇ ଅନେକ ପ୍ରସଙ୍ଗ ବି ରହିଚି। ମୁଖ୍ୟତ ପରିବେଶ ସୁରକ୍ଷା ପ୍ରସଙ୍ଗ। ତେବେ ପ୍ରଥମେ ଏକ କମିଟି ଆସି ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ୍ ପ୍ରସ୍ତୁତ କରିବେ। ପରେ ବିଭିନ୍ନ ଦିଗକୁ ନେଇ ସମୀକ୍ଷା ହେବ। ତେବେ ଯଦି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସହଯୋଗ କରି ଏକ ଡି ପି ଆର୍ ପ୍ରସ୍ତୁତ କରିଦେବେ ତେବେ ବ୍ରିଜ ନିର୍ମାଣ କାର୍ଯ୍ୟ ଏକ ପ୍ରକାର 50 ପ୍ରତିଶତ କାମ ଶେଷ ହେବ। ପରବର୍ତ୍ତୀ ପଦକ୍ଷେପ କେନ୍ଦ୍ର ସରକାର ନେବେ। ତେବେ ସେ ଦିଲ୍ଳି ଯିବା ପରେ ଏହାର ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚୋନା କରି ପଦକ୍ଷେପ ନେବେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More