ସାତଦିନ ଧରି ଶ୍ରୀମଦ୍ ଭାଗବତ ପାରାୟଣ ଓ ହରିହାଟ ଅନୁଷ୍ଠିତ

24

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ(ସଂଘର୍ଷ ମିଡିଆ ) : – ପଟ୍ଟାମୁଣ୍ଡାଇ ପ୍ରସିଦ୍ଧ ବଙ୍ଗାଳି ସାହି ମାଆ ଦୁର୍ଗା ମଣ୍ଡପ ଠାରେ ଅଞ୍ଚଳ ବାସୀଙ୍କ ସହଯୋଗରେ ସାତ ଦିନ ଧରି ଶ୍ରୀମଦ୍ ଭାଗବତ ପାରାୟଣ ଅନୁଷ୍ଠିତ ହୋଇଯାଇଛି। ସାତଦିନ ଧରି ଅଞ୍ଚଳର ଭକ୍ତ ଓ ଶ୍ରଦ୍ଧାଳୁମାନେ ଭାଗବତର ଅମୃତ କଥା ଶ୍ରବଣ କରିବା ସହ ଠାକୁରଙ୍କ ଅର୍ଣ୍ଣ ପ୍ରସାଦ ସେବନ କରିଥାନ୍ତି। ଭାଗବତ ପାରାୟଣର ଶେଷ ରାତ୍ରିରେ ୩୨ଜଣ ବଛା ବଛା ପଣ୍ଡିତ ମାନଙ୍କୁ ନିମନ୍ତ୍ରିତ ଅତିଥି ଭାବେ ଆଣିଥାନ୍ତି। ସେହି ୩୨ ଜଣ ପଣ୍ଡିତ ମାନେ ଆସନରେ ବସି ଘିଅ ଦୀପର ଆଲୋକରେ ଅନନ୍ତମୁଖି ପାଠ କରିଥାନ୍ତି। ସେହି ହରିହାଟ ସମୟରେ ହରିଙ୍କ ନାମ ସହିତ ମୃଦଙ୍ଗ ଓ ଝାଞ୍ଜର ସଂକିର୍ତ୍ତନରେ ଅଞ୍ଚଳ କମ୍ପିଉଠେ, ଛୋଟ ଠୁ ବଡ଼, ମହିଳାଙ୍କ ଠାରୁ ପୁରୁଷ, ପୁଅ ଓ ଝିଅ ମାନେ ହରିହାଟ ରେ ବୁଲିବୁଲି ପଣ୍ଡିତ ମାନଙ୍କୁ ଦକ୍ଷିଣା ଦେବା ଓ ନମସ୍କାର ହୋଇ ଆର୍ଶିବାଦ ନେଉଥିବା ଦେଖିବାକୁ ମିଳିଛି। ଏହି ଧାର୍ମିକ କାର୍ଯ୍ୟକୁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି ସାତଦିନର ଭାଗବତ ପାରାୟଣରେ ଅନୁଭବ କରନ୍ତି ଏହି ମାଟିରେ ସତରେ ଭଗବାନ ଆବ୍ରିଭାବ ହୋଇଛନ୍ତି। ଆପଣମାନେ ଦେଖିଥିବେ ଅନେକ ଭାଗବତ ପାରାୟଣ ରେ ବଳଭଦ୍ର ଙ୍କ ଗୋଟିଏ ଫଟରଖି ପୂଜା କରିବାର କିନ୍ତୁ ବଙ୍ଗାଳୀ ସାହି ଭାଗବତ ପାରାୟଣରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ପୂଜା କରିଥାନ୍ତି। ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More