ସାକାର ହେଲା ରାଜ୍ୟ ସରକାରଙ୍କ ନଦୀ ଭିତ୍ତିକ ବନ୍ଦରର ସ୍ଵପ୍ନ

9

Get real time updates directly on you device, subscribe now.

ପାରାଦ୍ଵୀପ(ସଂଘର୍ଷ ମିଡିଆ ) : – ସାକାର ହେଲା ରାଜ୍ୟ ସରକାରଙ୍କ ନଦୀ ଭିତ୍ତିକ ବନ୍ଦରର ସ୍ଵପ୍ନ। ମହାନଦୀରେ ଉଦଘାଟିତ ହୋଇଛି ଓଡ଼ିଶାର ପ୍ରଥମ ରିଭରାଲ ଜେଟ୍ଟୀ। ପଣ୍ୟ ପରିବହନ କ୍ଷେତ୍ରରେ ରାଜ୍ୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ଓଡ଼ିଶା। ଓଡ଼ିଶାର ପ୍ରଥମ ନଦୀ ଭିତ୍ତିକ ବନ୍ଦର ଉଦଘାଟନ କରିଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ। ଇଫକୋ ପରିସରର ମହାନଦୀ ରେ ଇଫକୋ ଓ ପାରାଦ୍ଵୀପ ବନ୍ଦର ସହାୟତା ରେ ଓଡ଼ିଶା ଷ୍ଟିଭେଡୋର ଲିଃ (ଓଏସଏଲ) ଦ୍ବାରା ନିର୍ମିତ ହୋଇଥିବା ଏହି ନଦୀ ଭିତ୍ତିକ ବନ୍ଦର ଆଗାମୀ ଦିନରେ ଜଳପଥ ପରିବହନରେ ଓଡ଼ିଶାର ସ୍ଥିତି ଜାହିର କରିବ । ରାଜ୍ୟ ସରକାରଙ୍କ ନଦୀ ଭିତ୍ତିକ ପରିବହନର ସ୍ବପ୍ନ ରେ ଲାଗିଛି ମୋହର। କେନ୍ଦ୍ର ସରକାରଙ୍କ ଗତିଶକ୍ତି ଯୋଜନା ମାଧ୍ୟମରେ ଓଡ଼ିଶାର ନଦୀ କୁ ସମୁଦ୍ର ସହିତ ଯୋଡିବା ର ପ୍ରୟାସ ଜାରିରହିଛି। ରାଜ୍ୟ ସରକାର ଯେଉଁଭଳି ସହଯୋଗ କରିଛନ୍ତି , ଆମେ ଆଗାମୀ ଦିନରେ ସେହିପରି ସହଯୋଗ କାମନା କରୁଛୁ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ମହାନଦୀ ମୁହାଣ ନିକଟରେ ନିର୍ମିତ ଏହି ନଦୀ ଭିତ୍ତିକ ବନ୍ଦର ଜିପସମ୍ ପରିବହନ କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିବ। ୧୦କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ଏହି ବନ୍ଦର ବାର୍ଷିକ ୧ମିଲିୟନ ଟନ ପଣ୍ୟ କାରବାର କରିବ। ଓଡ଼ିଶାରେ ଯାଜପୁର କଳିଙ୍ଗନଗର, ପାରାଦୀପ, ଡୁବୁରୀ ଭଳି ଶୀଳ୍ପ କରିଡର୍ କୁ ନଦୀ ପଥରେ ଯୋଡିବା ପାଇଁ ଆଗକୁ ବ୍ରାହ୍ମଣୀ ନଦୀକୁ ମଧ୍ୟ ଏହି ନଦୀ ଭିତ୍ତିକ ଜଳମାର୍ଗରେ ସାମିଲ କରାଯିବ। ଏହି ଉଦଘାଟନୀ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଙ୍କ ସମେତ ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଇଫକୋ ପାରାଦ୍ଵୀପ ୟୁନିଟ ମୁଖ୍ୟ କେ ଜେ ପଟେଲ, ପାରାଦ୍ଵୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ଯୋଗଦେଇ ଏହା ଓଡ଼ିଶାର ଅର୍ଥନୈତିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରିଛନ୍ତି। ପାରାଦ୍ଵୀପ ମହାନଦୀରେ ଉଦଘାଟିତ ଓଡ଼ିଶାର ପ୍ରଥମ ନଦୀ ଭିତ୍ତିକ ବନ୍ଦର, ଆଗାମୀ ଦିନରେ ଜଳପଥ ରେ ପଣ୍ୟ ପରିବହନର ବୈପ୍ଲବିକ ପରିବର୍ତ୍ତନ ଆଣିବା ସହିତ ଯାତ୍ରୀ ପରିବହନର ଆଶା ଉଦଜିବିତ କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More