ସାଇ ଭରଦ୍ୱାଜ ହସ୍ପିଟାଲରେ ରକ୍ତଦାନ ଶିବିର ଅନୁଷ୍ଠିତ

31

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକର ସାଇ ଭରଦ୍ୱାଜ ହସ୍ପିଟାଲ ପକ୍ଷରୁ ମେଡିକାଲ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ସମୟରେ ରକ୍ତ ଅଭାବକୁ ନଜରରେ ରଖି ଏହି ରକ୍ତଦାନ ଶିବିର କରାଯାଇଥିଲା । ହସ୍ପିଟାଲର ସତ୍ଵାଧିକାରୀ କ୍ଷୀରୋଦ ବିହାରୀ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଶିବିରରେ ଶ୍ରୀ ଦାସ ନିଜେ ରକ୍ତଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଭଦ୍ରକ ରେଡକ୍ରସର ଡାକ୍ତର ବିମଳା ମିଶ୍ର ଓ ପି. କେ ବେଉରିଆଙ୍କ ତତ୍ତ୍ଵାବଧାନରେ ରକ୍ତଦାତା ମାନଙ୍କ ରକ୍ତ ସଂଗ୍ରହ କରାଯାଇଥିଲା । ସମସ୍ତ ରକ୍ତଦାତା ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଶିବିରରେ ମୋଟ ୫୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More