ସାଇ ଏଜୁକେସନାଲ୍ ଟ୍ରଷ୍ଟ ତରଫରୁ ବାଦଲି ଗ୍ରାମଠାରେ ଶିଶୁ ମହୋତ୍ସବ ପାଳିତ

15

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୁଟ୍ରୁ ଖମାର ଗ୍ରାମପଞ୍ଚାୟତର ବାଦଲି ଗ୍ରାମଠାରେ ସାଇ ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଏବଂ ଆର.ଏନ୍.ଇନ୍ ଷ୍ଟିଟ୍ଯୁଟ୍ ଭବାନୀପାଟଣା ସହ ଶ୍ରୁତି ଇଣ୍ଟରନ୍ୟାସନାଲ ସ୍କୁଲ, ମଦନପୁର ରାମପୁର ର ମିଳିତ ସହଯୋଗରେ ଶିଶୁ ଦିବସ ଅବସରରେ ଶିଶୁ ମହୋତ୍ସବ ପାଳିତ ହୋଇଯାଇଛି। ବାଦିଲି ଗ୍ରାମ ସହ ଆଖପାଖ ବିଦ୍ୟାଳୟର ଛାତ୍ରଛାତ୍ରୀ ଗ୍ରାମବାସୀ ଅଭିଭାବକ ସମସ୍ତେ ଯୋଗଦେଇ ଶିଶୁମାନଙ୍କଦ୍ୱାରା ପରିବେଷଣ କରାଯାଇଥିବା ନୃତ୍ୟ ସହ ବିଭିନ୍ନ କଳା ପ୍ରଦର୍ଶନକୁ ଉପଭୋଗ କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଶ୍ରୀ ତେମଲାଲ ଦୁବେ (ଏଡ଼ିଇ ଓ) ଯୋଗ ଦେଇଥିବାବେଳେ ଶିକ୍ଷକ ଶ୍ରୀ ମୁକୁନ୍ଦ ରେଡ଼୍ଡି ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ। ସମ୍ମାନୀତ ଅତିରୂପେ ଡ଼କ୍ଟର ମାସୁକ ଅଲି ଖାନ୍ ଓ ଶ୍ରୀ ମହେନ୍ଦ୍ର କୁମାର ପଣ୍ଡା (ଆଇ.ପି.ଇ) ଯୋଗଦେଇ ଅନୁଷ୍ଠାନ ଦ୍ଵାରା ଆୟୋଜିତ କରାଯାଇଥିବା ଶିଶୁ ମହୋତ୍ସବକୁ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ତରଫରୁ ଅଞ୍ଚଳର ବୃଦ୍ଧବୃଦ୍ଧା ମାନଙ୍କୁ ୫୦ ଗୋଟି କମ୍ବଳ ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ୧୫୦ ଗୋଟି ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ପରିକଳ୍ପନା କରି ସଫଳ ରୂପ ଦେଇଛନ୍ତି। ସାଇ ଏଜୁକେସନାଲ ଟ୍ରଷ୍ଟର ଡ଼ାଇରେକ୍ଟର ପ୍ରଦ୍ଭାତ ପଟ୍ଟନାୟକ ଏବଂ ତାଙ୍କ ସ୍ତ୍ରୀ ରାଧା ନନ୍ଦିନୀ ପ୍ରଧାନ, ଏକଜିକ୍ୟୁଟିଭ ଡ଼ାଇରେକ୍ଟର ରମେଶର ପ୍ରଧାନ ଓ ସଂସ୍ଥାର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। କଳାହାଣ୍ଡି ଭବାନୀପାଟଣାରୁ ସଞ୍ଚ ବ ରଥଙ୍କ ସହ ନାରାୟଣ ପ୍ରସାଦ ନାୟକଙ୍କ ରିପୋଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More