ଗଜପତି(ସଂଘର୍ଷ ମିଡିଆ) : – ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ହୋଇଥିବା ସାଇବର ଅପରାଧ, ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି Iଏହି କାର୍ଯ୍ୟକ୍ରମରେ ଆମ ସମାଜ ତଥା ଜନସାଧାରଣଙ୍କୁ ସାଇବର ଅପରାଧ ରୁ ସୁରକ୍ଷା ଦେବା ପାଇଁ ସୁରକ୍ଷା ଅଭିଯାନ ଏବଂ ସଚେତନତା ନିମିତ୍ତ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା I ମାରାଥନ ଦୌଡ଼ ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ଭାଗ ନେଇଥିଲେ I ମାରାଥନ ଦୌଡ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ, ଓ ତୃତୀୟ ସ୍ଥାନ ହାସଲ କରିଥିବା ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗିତାଙ୍କୁ ଉପଯୁକ୍ତ ପ୍ରେରଣା ଦେଇ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ ଆନନ୍ଦ ସେମାନଙ୍କୁ ପୁରସ୍କାର ଆକାରରେ ଜୋତା ପ୍ରଦାନ କରିଥିଲେ I ସେଥିମଧ୍ୟରେ ପୁରୁଷ ବିଭାଗରେ ଦୀନେଶ ନାୟକ ପ୍ରଥମ, K.N.R. ଗଣେଶ ବର୍ମା ଦ୍ଵିତୀୟ ଓ ସୁରେଶ ଚନ୍ଦ୍ର ପୁତ୍ତା ତୃତୀୟ ହାସଲ କରିଥିବା ବେଳେ ମହିଳା ବିଭାଗରେ ରାଣୀ ଶବର ପ୍ରଥମ, ମନିସା ମଣ୍ଡଳ ଦ୍ଵିତୀୟ ଓ ପୁଷ୍ପଲତା ପୋଲେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ I ଭବିଷ୍ୟତରେ ସେମାନେ କିପରି ଆହୁରି ଆଗକୁ ଭଲ ପ୍ରଦର୍ଶନ କରିବେ ସେହି ବିଷୟରେ ଉତ୍ସାହ ଓ ପ୍ରେରଣା ଦେଇଥିଲେ I