ସାଇଜ୍ଞାନ ପ୍ଲେ ସ୍କୁଲରେ ଶିଶୁ ଦିବସ ପାଳିତ

18

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ସଦର ମହକୁମାର ଜୟବଡ଼ ଠାରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଇ ଜ୍ଞାନ ପ୍ଲେ ସ୍କୁଲରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସାଇ ଜ୍ଞାନ ପ୍ଲେ ସ୍କୁଲର ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବ ରେ ମୁଖ୍ୟଅତିଥି ଭାବେ ସଦର ଉପ ଆରକ୍ଷୀ ଅଧିକ୍ଷକ ବିରଞ୍ଚି ନାରାୟଣ ବାଗ ଯୋଗଦେଇ କହିଲେ ଶିଶୁ ମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ।ସେମାନଙ୍କୁ ଉଚିତ ମାର୍ଗରେ ଗଢିତୋଳିବା ହେଇଛି ପରିବାର, ସମାଜ ଓ ବିଦ୍ୟାଳୟ ଶିକ୍ଷକ ମାନଙ୍କର ଗୁରୁଦାୟିତ୍ୱ ଅଟେ। କାମନା କରିବା ଆମ ସମସ୍ତଙ୍କର ଲକ୍ଷ ହେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଶିଶୁ ମାନଙ୍କୁ ପରାମର୍ଶ ଦେଇଥିଲେ।ଏହି ଉତ୍ସବ ରେ ଅଧ୍ୟକ୍ଷତା କରି ସାଇଜ୍ଞାନ ପ୍ଲେ ସ୍କୁଲର ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ଚୌଧୁରୀ କହିଲେ ପ୍ରତିଦିନ ମୋର ସମୟ ଶିଶୁ ମାନଙ୍କ ଗହଣରେ କଟୁଛି।ସୁତରାଂ ସବୁଦିନ ଶିଶୁ ଦିବସ ଭଳି ଲାଗୁଛି।ଆଜିର ଦିନରେ କୁନି କୁନି ପିଲାମାନେ ନେହେରୁ, ଝାଂନସି ରାଣୀ, ଭଗତସିଂ,ଭାରତ ମାତା ଇତ୍ୟାଦି ବେଶରେ ସଜିତ ହୋଇ ଆସିଛନ୍ତି।ଏହି କୌତୁକ ବେଶ ଭବିଷ୍ୟତ ପାଇଁ ପ୍ରେରଣା ଦାୟୀ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ଅଧ୍ୟାପକ ଆଇଜାକ ମହାନ୍ତି ସ୍ୱାଗତ ସମ୍ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ।ସାଇଜ୍ଞାନ ପ୍ଲେ ସ୍କୁଲ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଉତ୍ସବରେ ସାଇଜ୍ଞାନ କୁନି କୁନି ଛାତ୍ରଛାତ୍ରୀ, ଶିକ୍ଷୟତ୍ରୀ ଗଣ ଓ ଅଭିବାବକ ମାନେ ଉପସ୍ଥିତ ଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More