ସାଇଁଶୋ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

12

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ସାଇଁଶୋ ଗ୍ରାମପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପାଣ୍ଡାଗଡ଼ିଆ ଠାରୁ ଫୁଲର ପର୍ଯ୍ୟନ୍ତ ନୂତନ ରାସ୍ତା ପାଇଁ କିଛିଦିନ ତଳେ ନିଆଳି ବିଧାୟକ ପ୍ରଫେସର ଡ଼.ପ୍ରମୋଦ କୁମାର ମଲ୍ଲିକ ଶିଳାନ୍ୟାସ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆ. ଡି. ଡିପାର୍ଟମେଂଟ ର ଏକଜୁକ୍ଟିଭ ଇଞ୍ଜିନିଅରଙ୍କୁ ସାଇଁଶୋ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ସରୋଜ କୁମାର ମହାପାତ୍ର ରାସ୍ତା କାମ ନିମ୍ନମାନର ହେଉଛି ବୋଲି ଏକ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗରେ ପାଣ୍ଡାଗଡ଼ିଆ ଠାରୁ ସାଇଁଶୋ ପୋଲମୁଣ୍ଡା ଛକ ପର୍ଯ୍ୟନ୍ତ ଢଳେଇ କାର୍ଯ୍ୟ ସରିଯାଇଛି କିନ୍ତୁ ରାସ୍ତାର ଉଭୟ ପାର୍ଶ୍ଵ ରେ ମାଟି ମୋହରମ ପଡିନଥିବାରୁ ଜନସାଧାରଣ ଯାତାୟାତ ବେଳେ ଗାଡିରୁ ପଡି ଖଣ୍ଡିଆ ଖାବରା ହେଉଛନ୍ତି।ସାଇଁଶୋ ଘୋଡ଼ାପାଳ ଛକ ଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟ ବହୁ ନିମ୍ନମାନର ବୋଲି ସରପଞ୍ଚ ଓ ଗ୍ରାମର ବୁଦ୍ଧିଜୀବୀମାନେ କହିଛନ୍ତି।ଢଳେଇ ଅସମତୁଲ ରହିଛି ସମାନ ଭାବରେ ଲେବଲିଙ୍ଗ କରାଯାଇନାହିଁ। ବର୍ଷା ଜଳ 4 ରୁ 6 ଇଞ୍ଚ ରାସ୍ତା ଉପରେ ଛିଡା ହେଉଛି।ଯାହାକି ବର୍ଷା ଦିନେ ଯାତାୟାତରେ ଅସୁବିଧା ସୃଷ୍ଟି କରିବ।ପାଣ୍ଡାଗଡ଼ିଆ ଠାରୁ ଫୁଲର ରାସ୍ତାର 30 ଭାଗ ମାଟି କାମ ହେବାର ଥିବା ବେଳେ ଏପର୍ଯ୍ୟନ୍ତ ମାଟି ମୁଠାଏ ପଡିଲା ନାହିଁ ବୋଲି ସରପଞ୍ଚ ଓ ବୁଦ୍ଧିଜୀବୀମାନେ ଅଭିଯୋଗ ଆଣିଛନ୍ତି। ଉକ୍ତ ରାସ୍ତାରେ ପ୍ରତିଦିନ 3ଟି ଗ୍ରାମର ଲୋକେ ଯାତାୟାତ କରିଥାନ୍ତି।ପ୍ରଥମେ ଯାତାୟାତ ପାଇଁ ଅସ୍ଥାୟୀ ରାସ୍ତା କରାଯାଇ ଢଳେଇ ରାସ୍ତା ପରେ କରାଯାଉ ବୋଲି ଲିଖିତ ଅଭିଯୋଗ କରିଛନ୍ତି।ସରପଞ୍ଚ ଙ୍କ କହିବା କଥା ଏବେ ଖରାଦିନେ ମାଟି କାମ ପ୍ରଥମେ କରାଯାଉ।ବର୍ଷା ଦିନେ ମାଟି କାମ ହୋଇପାରିବ ନାହିଁ କିନ୍ତୁ ଢଳେଇ କାମ ହୋଇପାରିବ ବୋଲି କହିଛନ୍ତି। ଏବିଷୟରେ ମନ୍ଦରଢ଼ିହ ଫୁଲର ରାସ୍ତାର ଶିଳାନ୍ୟାସ ର ଏକ ସଭାରେ ସରପଞ୍ଚ ସରୋଜ କୁମାର ମହାପାତ୍ର ଛିଡା ହୋଇ ନିଆଳି ବିଧାୟକ ପ୍ରଫେସର ଡ଼.ପ୍ରମୋଦ କୁମାର ମଲ୍ଲିକଙ୍କୁ ଅବଗତ କରିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି।ରାସ୍ତା କାମ ବିଷୟରେ ଜେଇଙ୍କ ସହିତ ଫୋନ ଯୋଗେ ପଚାରିବାରୁ ମାନିଛନ୍ତି ସରପଞ୍ଚ ଯାହା ଅଭିଯୋଗ କରିଛନ୍ତି ତାହା ଠିକ ଅଛି ବୋଲିlଗ୍ରାମର ବୁଦ୍ଧିଜୀବୀମାନେ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି ରାସ୍ତା କାମ ନିମ୍ନମାନର ହେଉଛି ବୋଲି। କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More