ସାଂସଦଙ୍କ ସହାୟତାରେ ମର ଶରୀର ଭୁବନେଶ୍ଵରରୁ ନିଜ ଗ୍ରାମକୁ ଆସିଲା

15

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଘୋଡ଼ାଖୁଣ୍ଟା ପଞ୍ଚାୟତ ର ଡଙ୍ଗରା ଗ୍ରାମର ଶ୍ୟାମ ଭତ୍ରା କିଛିଦିନ ହେଲା ଦେହ ଅସୁସ୍ଥ ହୋଇଥିବାରୁ ସେ ଭୂବନେଶ୍ଵର ସ୍ଥିତ କଳିଙ୍ଗ ହସପିଟାଲ୍ ରେ ଚିକିସ୍ଥିତ ଅବସ୍ଥାରେ ଗତ କାଲି ସନ୍ଧ୍ୟା ଆଠ ଘଣ୍ଟା ସମୟରେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ଅର୍ଥ ଅଭାବରୁ ତାଙ୍କ ମର ଶରୀର ଭୂବନେଶ୍ବରରୁ ଗ୍ରାମ କୁ ଆଣିବା ବହୁତ କଷ୍ଟକର ହୋଇ ପଡିଥିଲା। ଜିଲ୍ଲାପରିଷଦ ଶ୍ରୀଯୁକ୍ତ ଧନସି‍ଂଭତ୍ରାଙ୍କ ଦ୍ଵାରା ମାନ୍ୟବର ନବରଙ୍ଗପୁର ପ୍ରିୟ ସାଂସଦ ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ମାଝୀ ଙ୍କୁ ଉକ୍ତ ଦୁଃଖଦ ଖବର ଜଣାଇବାରୁ ମାନ୍ୟବର ପ୍ରିୟ ସାଂସଦ ସଙ୍ଗେ ସଙ୍ଗେ ସାହାର୍ଯ୍ୟର ହାତ ବଢାଇ ତାଙ୍କସହଯୋଗ ରେ ଆଜି ଶ୍ୟାମ ଭତ୍ରା ଙ୍କ ମର ଶରୀର ତାଙ୍କ ଗ୍ରାମ ଡଙ୍ଗରା ଠାରେ ପହଞ୍ଚିଥିଲା ।ଏପରି ଏକ ମହତ୍ ପୂର୍ଣ୍ଣ କାମ କରି ଥିବାରୁ ମାନ୍ୟବର ପ୍ରିୟ ସାଂସଦ ଙ୍କୁ ଡାବୁଗାଁ ବ୍ଲକ ଜନ ସାଧାରଣ ଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି। ସାଂସଦ ହେବତ ଏପରି ବୋଲି ଜନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More