କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ସହରର ପ୍ରବେଶ ପଥ ଗରାପୁର ସାତ ଭଉଣୀ ରାସ୍ତାରେ ଉଜ୍ୱଳ ଆଲୋକୀକରଣର ଶୁଭ ଉଦଘାଟନ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହେଇଯାଇଛି । କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ସାଂସଦ ପାଣ୍ଠିରୁ ୩୦ଲକ୍ଷ୍ୟ ଟଙ୍କା ଅନୁଦାନରେ ଏହା ହେଇଥିବା ସାଂସଦ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି । କେନ୍ଦ୍ରାପଡ଼ା ବିଧାୟକ ଶଶୀଭୁଷଣ ବେହେରା ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟର ପ୍ରଂଶସା କରିଥିଲେ । ଏକ ନିଆରା ଢଙ୍ଗରେ କୌଣସି ରାଜନେତା ବା ପ୍ରଶାସନିକ ଅଧିକାରୀ ଏହି ପ୍ରକଳ୍ପର ଉଦ୍ଘାଟନ ନକରି ଦୁଇ ଜଣ ବିଦ୍ୟାର୍ଥୀ ସୁନୀଲ ପଣ୍ଡା, ଆଶାରାଣୀ ପରିଡାଙ୍କ ଦ୍ୱାରା ଫିତା କଟାଯାଇ ଏହାର ଉଦଘାଟନ କରାଯାଇଥିଲା । ସାଂସଦଙ୍କ ନଗର ପ୍ରତିନିଧି ତଥା ବିଜେଡିର ରାଜ୍ୟ ସମ୍ପାଦକ ରଞ୍ଜିତ ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ମାନସ ପରିଡା, ବିଜୁ ଜନତା ଦଳର ଜିଲ୍ଲା ଛାତ୍ର ସଭାପତି ପ୍ରଦୀପ ସାହୁ, ନଗର ସଭାପତି ଯଯାତିକେଶରୀ ମହାନ୍ତି, ସେକ ଚନ୍ଦନ,ଭାଇସ ଚେୟାରମ୍ୟାନ ସ୍ନେହଲତା ପ୍ରଧାନ, ବିଜେଡିର ଯୁବ ନେତା ପ୍ରତାପ ଦାସ, କାଳୀପ୍ରସାଦ ମିଶ୍ର, ସିରାଜ ଖା, ହିରଣ୍ୟ ପଣ୍ଡା, ଗୃହ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ରାପଡ଼ାରୁ ଭିକାରୀ ଚରଣ ରାଉତ ଙ୍କ ସହ ସୁନୀଲ ମହାପାତ୍ରଙ୍କ ରିପୋର୍ଟ ସଂଘର୍ଷ ନୀଉଜ ।