ସହିଦ ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ତାଙ୍କ ପରିବାରକୁ ପ୍ରଶାସନ କଲେ ଅଣଦେଖା

31

Get real time updates directly on you device, subscribe now.

କନ୍ଧମାଳ (ସଂଘର୍ଷ ମିଡିଆ ) :-କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଞ୍ଚଳରେ ଥିବା ମଣ୍ଡାକିଆ ପଞ୍ଚାୟତ, ବିଅର ପଙ୍ଗା ଗ୍ରାମର ଯିଏ କି ଦେଶ ପାଇଁ ନିଜ ଜୀବନକୁ ଦାନ ଦେଇଥିଲେ ସହିଦ ଚନ୍ଦ୍ରକାନ୍ତ ପ୍ରଧାନ |ଆଜି ପ୍ରଶାସନ ତାଙ୍କ ପରିବାର କୁ ଅଣଦେଖା କରିଥିବା ନଜର ଆସିଛି |ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସବୁବେଳେ ଦେଶ ଭକ୍ତି ଓ ଶହୀଦ ମାନଙ୍କୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସବୁବେଳେ ଦେଶ ଭକ୍ତି ଓ ଶହୀଦ ମାନଙ୍କୁ ସଂମାନ କଥା କହୁଛନ୍ତି କିନ୍ତୁ ତାହା କେବଳ ଲୋକ ଦେଖାଣିଆ ଏବଂ କୁମ୍ଭୀର କାନ୍ଦଣା । ପ୍ରକୃତରେ ଉଭୟ ସରକାରଙ୍କ ଶହୀଦ ମାନଙ୍କ ପ୍ରତି ସଂମାନ ନାହିଁ ସେମାନେ ନିଜ କର୍ତ୍ତବ୍ୟ ଭୁଲିଯାଇଛନ୍ତି । କେବଳ ଭୋଟ ରାଜନୀତି ଛଡ଼ା ଅନ୍ୟ କିଛି କାର୍ଯ୍ୟ କରୁନାହାନ୍ତି, ଲୋକଙ୍କ ଭାବାବେଗ ସହ ଖେଳିବା ସହ ଜନସାଧାରଣ ଙ୍କୁ ଭଣ୍ଡେଇ ଚାଲିଛନ୍ତି ।ଘୁ. ଉଦୟଗିରି ବିଧାୟକ ଶ୍ରୀ ସାଲୁଗା ପ୍ରଧାନ, ଅନେକ ନେତା ଭାଇ ଏବଂ ବୁଦ୍ଧିଜୀବୀ ମାନେ ଅନେକ ପ୍ରତିଶୃତି ଦେଇ ଡିଣ୍ଡିମ ବାଡ଼ଉଥିଲେ ଯେ ରାଇକିଆ ବଜାର ପାଇଁ ଏକ ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ନାମ ରେ ଏକ ମୂର୍ତ୍ତି ନିର୍ମାଣ କରାଯିବ |ବିଅର ପଙ୍ଗା ଗ୍ରାମ ଠୁ ରାଇକିଆ ପର୍ଯ୍ୟନ୍ତ ପିଚୁ ରାସ୍ତା କରାଯିବ |ବିଅର ପଙ୍ଗା ଗ୍ରାମ ପାଇଁ ନେଟୱର୍କ ଯୋଗେଇ ଦିଆଯିବ ବୋଲି ଏମିତି କି ଅନେକ ପ୍ରତିଶୃତି ଦେଇଥିଲେ ତାଙ୍କ ପରିବାରକୁ ଏବଂ ଗ୍ରାମ ବାସୀଙ୍କୁ |କିନ୍ତୁ ଅତି ଦୁଖଦଃ ବିଷୟ ଏହିଁଯେ ଆଜକୁ ଗୋଟିଏ ବର୍ଷ ହେଲେ ସୁଧା ସରକାର ଏଥିପ୍ରତି ନଜର ଦେଇନ ଥିବା ସାଧାରଣ ରେ ଶୁଣିବାକୁ ମିଳିଛି |ଆସନ୍ତା କାଳୀ ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ସୃଧ ବାର୍ଷିକ ହେଲେ ସୁଧା ସରକାର ତାଙ୍କ ପ୍ରତିଶୃତି କୁ ଭୁଲିଯାଇଥିବା ଦେଖିବାକୁ ମିଳିଛି |ତେଣୁ ଆମେ ସଂଘର୍ଷ ନିୟୁଜ ତରଫରୁ ଏହା ଜଣଉଯେ ଶହୀଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପ୍ରତିମୂର୍ତ୍ତି ଯଥାଶୀଘ୍ର ସ୍ଥାପନ କରିବା ସହ ଶହୀଦଙ୍କୁ ମୋରଣତ୍ତୋର ସର୍ବଚ ସଂମାନ ଦେବାପାଇଁ ଜିଲ୍ଲାର ସମସ୍ତ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମାନେ ଦାବି କରୁଛନ୍ତି ।ରାଇକିଆରୁ ଉତ୍ତମ ନାଥ ଦିଗାଲଙ୍କ ରିପୋର୍ଟ… ସଂଘର୍ଷ ନିୟୁଜ.. |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More