ସହିଦଙ୍କୁ ମିଳୁନି ସମ୍ମାନ, କୋଷାଗୁମୁଡ଼ା ବିଡ଼ିଓଙ୍କ ପ୍ରକୋଷ୍ଠ ଅଳିଆଗଦାରେ ସହିଦଙ୍କ ଫଟୋର ଅସମ୍ମାନ

20

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ୩ଦିନ ପୂର୍ବରୁ ଦେଶ ୭୭ତମ ସ୍ୱାଧୀନତା ଦିବସ ତଥା ଆଜାଦି କା ଅମୃତ ମହୋତ୍ସବ ପାଳନ କରିଛି |ଗାଁ ଠୁ ସହର ସବୁଠି ଭାରତ ମାତା କି ଜୟ, ବନ୍ଦେ ମାତାରମ୍ ଧ୍ଵନି ରେ ଗଗନ ପବନ ପ୍ରକମ୍ପିତ ହେଉଥିଲା |ଦେଶପାଇଁ ଜୀବନ ଦେଇଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀ, ଦେଶଭକ୍ତ ତଥା ଯବାନ ମାନଙ୍କ ସ୍ମୃତି ଚାରଣ କରାଯାଇଥିଲା |ଭୁବନେଶ୍ଵର ଠାରେ ଓଡ଼ିଶା ଭାସ୍କର ଦୈନିକ ଖବର କାଗଜ ତରଫରୁ ସହିଦ୍ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ର ଆୟୋଜନ ମଧ୍ୟ କରାଯାଇଥିଲା |ଯାହାର ନାମ “ମା ତୁଝେ ସଲାମ “ରଖାଯାଇଥିଲା |ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଶିଷ୍ଟ ଅତିଥିମାନେ ଦେଶ ଓ ଜାତି ପାଇଁ ସହିଦ୍ ହୋଇଥିବା ସମସ୍ତ ସହିଦ୍ ଯବାନ ମାନଙ୍କ ଯଶ ଗୁଣଗାନ କରିବା ସହିତ ଦେଶ ପାଇଁ ତାଙ୍କ ଅବଦାନ ଅତୁଳନୀୟ ଅଟେ ଓ ସେମାନେ ଜନ ମାନସରେ ଚିର ସ୍ମରଣୀୟ ଓ ବନ୍ଦିନୀୟ ହୋଇ ରହିବେ ବୋଲି ନିଜ ନିଜ ଅଭିଭାଷଣରେ ବଖାଣି ଥିଲେ |ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହିଦ୍ ଙ୍କ ପରିବାର ସଦସ୍ୟ ମାନଙ୍କୁ ଓଡ଼ିଶା ଭାସ୍କର ମା ତୁଝେ ସଲାମ ମଞ୍ଚରେ ନିମନ୍ତ୍ରଣ କରିଥିଲା ଓ ସହିଦ୍ ଙ୍କ ପରିବାର ସଦସ୍ୟଙ୍କୁ ପୁଷ୍ପ ଗୁଚ୍ଛ, ମାନପତ୍ର ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସହିଦ୍ ମାନଙ୍କ ପୁଅ ଝିଅ ମାନଙ୍କ ପାଠପଢା ଖର୍ଚ୍ଚ ଓଡିଶା ଭାସ୍କର ବହନ କରିବ ବୋଲି ପ୍ରତିଶୃତି ମଧ୍ୟ ପ୍ରଦାନ କରିଥିଲା |ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍ ର ସହିଦ୍ ବୀର ପ୍ରଶାନ୍ତ କୁମାର ପାତ୍ରଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ପରିବାରକୁ ମଧ୍ୟ ଓଡିଶା ଭାସ୍କର ତରଫରୁ ସମ୍ମାନିତ କରାଯାଇଥିଲା |ସହିଦ୍ ପ୍ରଶାନ୍ତ ନବରଙ୍ଗପୁର ପୋଲିସ ବିଭାଗରେ କନେଷ୍ଟବଳ ଭାବରେ ୨୦୧୮ମସିହାରେ ନିଯୁକ୍ତି ପାଇଥିଲେ। ସ୍ବର୍ଗତ ଉମରକୋଟ ବିଧାୟକ ଧର୍ମୁ ଗଣ୍ଡ ଙ୍କ ଅଙ୍ଗରକ୍ଷୀ ଭାବେ କାର୍ଯ୍ୟରତ ଥିଲେ |୨୦୧୧ମସିହା ସେପ୍ଟେମ୍ବର ୨୪ତାରିଖ ଦିନ ରାଇଘର ସ୍ଥିତ ଗୋନା ଠାରେ ସ୍ବର୍ଗତ ବିଧାୟକ ଗଣ୍ଡଙ୍କ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ,ତାଙ୍କ ଜୀବନ ରକ୍ଷା କରିବାକୁ ଯାଇ ସେ ଶତ୍ରୁ ଗୁଳିରେ ସହିଦ୍ ହୋଇଯାଇଥିଲେ |ହେଲେ ଦୁଃଖର ବିଷୟ ଅଗଷ୍ଟ ୧୫ତାରିଖ ଦିନ ତାଙ୍କର ବଳିଦାନ କୁ ଅଭୁଲା କୀର୍ତ୍ତି କହି ଢେର୍ ପ୍ରଶଂସା କରାଯାଇଥିବା ବେଳେ, ଠିକ୍ ୨ ଦିନ ପରେ ଅଗଷ୍ଟ ୧୭ ତାରିଖ ଦିନ କୋଷାଗୁମୁଡା ବ୍ଲକ୍ କାର୍ଯ୍ୟାଳୟ ରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ପ୍ରକୋଷ୍ଠ ସାମ୍ନାରେ ଥିବା ଡଷ୍ଟବିନ୍ ରୁ ସହିଦ୍ ଙ୍କ ଫୋଟୋ ଚିତ୍ର ଉଦ୍ଧାର କରାଯାଇଛି |ଏଇଠୁ ଜିଲ୍ଲା ବାସି ଜାଣି ପାରୁ ଥିବେ କି, ଆମ ଜିଲ୍ଲା ନବରଙ୍ଗପୁର ରେ ସହିଦ୍ ମାନଙ୍କୁ କିଭଳି ଓ କେତେ ସମ୍ମାନ ଦିଆଯାଉଛି |ଡଷ୍ଟବିନ୍ ରୁ ଫଟୋ ଉଦ୍ଧାର ହେବା ପରେ ବୁଦ୍ଧିଜୀବୀ ମହଲରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଥିବା ଦେଖିବାକୁ ମିଳୁଛି | ପ୍ରଶାସକ ମାନେ କାର୍ଯ୍ୟାଳୟ ସମ୍ମୁଖରେ ସହିଦ୍ ମାନଙ୍କ ଫଟୋ ଚିତ୍ର କୁ ଏଭଳି ବ୍ୟବହାର କରିବେ,ହେଲେ ନିରୀହ ଅପାଠୁଆ ଆଦିବାସୀ ଅଧ୍ୟୁଷିତ ବ୍ଲକ ବାସୀ ଏହାଠୁ କଣ ଶିକ୍ଷା ପାଇବେ। ତୁରନ୍ତ ଉଚ୍ଚ ଅଧିକାରୀ ଏ କ୍ଷେତ୍ର ରେ ଦୃଷ୍ଟି ଆକର୍ଷଣ କରିବାକୁ ବିଭିନ୍ନ ମହଲ ରୁ ସ୍ଵର ଉତ୍ତୋଳନ ହେଉଥିବା ଦେଖିବାକୁ ମିଳୁଛି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More