ସହରରେ ଆତଙ୍କ ସୃଷ୍ଟି କରୁଥିବା ବିଦେଶୀଙ୍କୁ କାବୁ କରି ମେଡିକାଲରେ ଚିକିତ୍ସା କରାଇ ଭୁବନେଶ୍ୱର ଏମ୍ସ ପଠାଇଲା ପୁଲିସ

94

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ସହରରେ ଆତଙ୍କ ସୃଷ୍ଟି କରୁଥିବା ବିଦେଶୀଙ୍କୁ କାବୁ କରି ମେଡିକାଲରେ ଚିକିତ୍ସା କରାଇ ଭୁବନେଶ୍ୱର ଏମ୍ସ ପଠାଇଲା ପୁଲିସ l ବିଦେଶୀ ଜଣକ ଚିକିତ୍ସା ବେଳେ ପୁଲିସଙ୍କୁ ନାକେଦମ କରି ଥିବା ଜଣାଯାଇଛି l ବିଦେଶୀ ପର୍ଯ୍ୟଟକ ଜଣକ ୟୁକେର ଗ୍ରେଗ ଥୋମାସ l ଘଟଣାରୁ ପ୍ରକାଶ ଯେ ଗତ ଫେବୃଆରୀ 25ରେ ପୁରୀରେ ପହଞ୍ଚି ବଳିଆପଣ୍ଡା ସ୍ଥିତ ଏକ ଆଶ୍ରମରେ ରହିଥିଲା ଥୋମାସ l ନିୟମିତ ନିଶା ସେବନ କରିବାକୁ ସ୍ୱର୍ଗଦ୍ୱାର ଆସୁଥିଲା l ଗତକାଲି ସ୍ୱର୍ଗଦ୍ୱାର ଠାରେ ଆତଙ୍କ ରଚିଲା ବେଳେ କାବୁ କରିଥିଲା ସମୁଦ୍ରକୂଳ ଥାନା ପୁଲିସ l ଲେଖାପଡା ପରେ ସମୁଦ୍ରକୂଳ ଥାନାରୁ ବାହାରି ସିଧା ଶ୍ରୀମନ୍ଦିର ଭିତରେ ପଶିଥିଲା l ଶ୍ରୀମନ୍ଦିର ଭିତରେ ପୁଲିସକୁ ମାଡ ମାରିଥିଲା l ସିଂହଦ୍ୱାର ଥାନା ପୁଲିସ କାବୁକରି ସୁରକ୍ଷା ଦୃଷ୍ଟିରୁ ଟାଉନ ଥାନାରେ ରଖି ପଚରାଉଚରା କରୁଥିଲା l ସେଠାରୁ ସେ ଖସି ପଳାଇଥିଲା l ଏହାପରେ ପୁନଃବାର କାବୁ କରିଥିଲା ପୁଲିସ l ଏନେଇ ସିଂହଦ୍ୱାର ଓ ଟାଉନ ଥାନାରେ ୨ଟି ମାମଲା ରୁଜୁ ହୋଇଥିଲା l ଥୋମାସ ଆହତ ଥିବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା l ଆଜି ମେଡିକାଲରୁ ଖସିଆସି କୁମ୍ଭାରପଡା ଥାନା ଅନ୍ତର୍ଗତ ଭିଆଇପି ରୋଡ ସ୍ଥିତି ଏକ ସୁନା ଅଳଙ୍କାର ସୋ ରୁମରେ ପଶି ଆତଙ୍କ ରଚିଥିଲା l. ପରେ ପୁଲିସ କାବୁ କରି ମେଡିକାଲ ଆଣିଥିଲେ l ମେଡିକାଲରେ ପୁଲିସକୁ ଆକ୍ରମଣ କରିବା ସହ ଚିକିତ୍ସା ପାଇଁ ନାକେଦମ କରାଇଥିଲା l ପରେ ଥୋମାସକୁ ୨ଟି ଇଞ୍ଜେକସନ ଦିଆଯାଇ ନିସ୍ତେଜ କରାଯାଇ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲକୁ ଆଜି ସନ୍ଧ୍ୟା 6ଟାରେ ସ୍ଥାନାନ୍ତର କରାଯାଇଥିଲା l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More