ସହରବାସୀଙ୍କୁ ସଚେତନ କରାଇଲା ରାଇରଙ୍ଗପୁର ଟାଉନ ଥାନା ପୋଲିସ

26

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ ) : -ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନ ପାଇଁ ପୋଲିସ-ଜନତା ମଧ୍ୟରେ ସୁସଂପର୍କର ସେତୁ ଅପରିହାର୍ଯ୍ୟ ।ଉଭୟଙ୍କ ସହଯୋଗ ଓ ସଂହିତାରେ ଏକ ସୁସ୍ଥ ସମାଜ ଆଗକୁ ବଢିବ ।ସଭ୍ୟତା ଯେତେ ଆଗୋଉଛି କ୍ରାଇମ୍ ପ୍ରକ୍ରିୟା ମଧ୍ୟ ବିଭିନ୍ନ ପ୍ରକାରରେ ଆଗୋଉଛି । ଏକାକୀ ପୋଲିସ କ୍ରାଇମକୁ ରୋକିପାରିବ ନାହିଁ ଯଦି ସ୍ଥାନିୟ ଜନତା ସହଯୋଗ ନକରେ । ଏହାକୁ ନେଇ ପୋଲିସ ଓ ଜନତା ମଧ୍ୟରେ ଭୟବାତାବରଣ ନରହି ସଂପର୍କର ସେତୁ ଗଢିବା ପାଇଁ ରାଜ୍ୟ ସରକାର ଆମ ପୋଲିସ ସମିତି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।ପୋଲିସ ଜନତାଙ୍କର ଭୟର ଶତ୍ରୁ ନୁହେଁ ସେମାନେ ଆମର ବଂଧୁ ଓ ଆମ ଧନ ଜୀବନ ରକ୍ଷାକର୍ତ୍ତା । ଜୀବନକୁ ବିପନ୍ନ କରି ଦିବାରାତ୍ର ଅକ୍ଳାନ୍ତ ପରିଶ୍ରମ କରି ଆମ୍ଭମାନଙ୍କ ଧନ ଜୀବନ ରକ୍ଷା କରୁଛନ୍ତି ।ତେଣୂ ଆମେ ସମସ୍ତେ ସେମାନଙ୍କୁ କାଣିଚାଏ ସହଯୋଗର ହାତ ବଢ଼ାଇବା ଉଚିତ ।ଆଜି ସଂଧ୍ୟରେ ରାଇରଙ୍ଗପୁର ଟାଉନ ଥାନା ପରିସରରୁ ଏସ,ଡ଼ି,ପି,ଓ ରତିକାନ୍ତ ଗିରି ଏବଂ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ନେତୃତ୍ୱରେ ପୋଲିସ ବାଟାଲିୟନ ସହ ଫ୍ଲାଗମର୍ଚ୍ଚ କରାଯାଇଥିଲା । ମୁଖ୍ୟତ ଏସଡିପିଓ ରତିକାନ୍ତ ଗିରି ଏବଂ ସମ୍ମାନୀତ ଅତିଥି ଭାବେ ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ ଯୋଗ ଦେଇଥିଲେ ।ଆମ ପୋଲିସ ସମିତିର ସଭ୍ୟ, ପୌର ନିର୍ବାହୀ ଅଧିକାରୀ ତହସିଲଦାର, ଗଣମାଧ୍ୟମ ପ୍ରତିନିଧି, ସାମାଜିକ କର୍ମୀ, ସ୍ବେଛାସେବୀ ,ୱାର୍ଡ କାଉଁସିଲର ଏବଂ ମାନ୍ଯଗଣ୍ଯ ବ୍ୟକ୍ତି ଯୋଗ ଦେଇଥିଲେ ।ସମସ୍ତେ ସହରକୁ ସୁସ୍ଥ,ସବୁଜ,ସୁନ୍ଦର ଏବଂ ଶୃଙ୍ଖଳାର ସହର ଗଠନ ପାଇଁ ମୁଲ୍ଯବାନ ମତାମତ ଦେଇଥିଲେ ।ମତାମତ ମଧ୍ୟରେ ସହରରେ ଚୋରୀ ବୃଦ୍ଧି ରୋକିବା ପାଇଁ ସିସି କେମେରା,ଗୋଲେଇ ଓ ଦୁର୍ଗାମଣ୍ଡପ, ବିଭିନ୍ନ ଦୋକାନ ସମ୍ମୁଖରେ ଅନାବଶ୍ୟକ ପାର୍କିଂ ହଟାଇବା,ବସଷ୍ଟାଣ୍ଡରେ ମଦୁଆଙ୍କ ପ୍ରତି କଠୋର‌ କାର୍ଯ୍ଯାନୁଷ୍ଠାନ,ଡାକ୍ତରଖାନାରେ ପୋଲିସ ଆଉଟ୍ ପୋଷ୍ଟ ଖୋଲିବା,ରାସ୍ତା ଉପରକୁ ବଢାଇଥିବା ଦୋକାନୀମାନଙ୍କୁ ସତର୍କ କରାଇବା,ବାହାର ରାଜ୍ୟରୁ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରିବା, ଭଡ଼ା ଦେଉଥିବା ଘର ମାଲିକମାନେ ଭଡାଟିଆ ମାନଙ୍କର ପରିଚୟ ପତ୍ର ଦାଖଲ କରିବା, ଦୋକାନରେ କାମ କରୁଥିବା ଶ୍ରମିକ ମାନଙ୍କର ପରିଚୟ,ଅମାନିଆ ଗାଡି ଚାଳକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା,ଜରି ଗୋଟାଳି,ବନଜାରା,ଫେରିବାଲା ଉପରେ ଦୃଷ୍ଟି ରଖିବା ପାଇଁ ସତର୍କ କରାଯାଇ ଥିଲା । ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ କହିଥିଲେ ପୌର ବିଭାଗ ତରଫରୁ ସିସି କେମେରା ବସାଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଶେଷରେ ଆଜି ସବୁବର୍ଗର ଲୋକେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିବାରୁ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ‌ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।ସୋମବାରଠାରୁ ଦୋକାନୀମାନଙ୍କୁ ନିଜ ଦୋକାନ ରାସ୍ତା ଉପରକୁ ନବଢାଇ ନିଜସୀମା ଭିତରେ ଦୋକାନ କରିବାକୁ ପୋଲିସ ଏବଂ ପୌର ବିଭାଗ ତରଫରୁ ସଚେତନତା ବାର୍ତ୍ତା ଦିଆଯାଇ ଥିଲା । ଯେଉଁମାନେ ଅମାନ୍ୟ କରିବେ ପରବର୍ତ୍ତୀ ସମୟରେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ରିପୋର୍ଟ – ନିରୋଜ କୁମାର ସାହୁ , ରାଇରଙ୍ଗପୁର ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More