ସର୍ବଭାରତୀୟ ଛାତ୍ର କଂଗ୍ରେସ ସଂଗଠନର ୫୩ ତମ ପ୍ରତିଷ୍ଠା ଦିବସ ପାଳିତ

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ସର୍ବଭାରତୀୟ ଛାତ୍ର କଂଗ୍ରେସ ସଂଗଠନର ଆଜି ୫୩ ତମ ପ୍ରତିଷ୍ଠା ଦିବସ ନବରଙ୍ଗପୁର ଜିଲ୍ଲା ଛାତ୍ର କଂଗ୍ରେସ ପାଳନ କରିଛି। ଆଜିକୁ ୫୩ ବର୍ଷ ତଳେ ଅଥାତ ୧୯୭୦ ମସିହାରେ ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗୀୟା ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଏନ.ଏସ.ୟୁ .ଆଇ ପ୍ରତିଷ୍ଠା କରିଥିଲେ। ଛାତ୍ର ମାନଙ୍କୁ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପାଇଁ ମହା ମାନବ ମହାତ୍ମା ଗାନ୍ଧୀ ଯେଉଁ ଡାକରା ଦେଇଥିଲେ, ତାହାକୁ ଦୋହରାଇ ଥିଲେ ଶ୍ରୀମତୀ ଗାନ୍ଧୀ। ଏହି ଉପଲକ୍ଷେ ଆଜି ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକର ସମ୍ପୂର୍ଣ୍ଣ ମଦ ମୁକ୍ତ ଗ୍ରାମ ବୈରାଗିଗୁଡା ଠାରେ ଆଦିବାସୀ ଓ ଦଳିତ ଛାତ୍ର ମାନଙ୍କୁ ନେଇ ୫୩ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ଯୁବ ଆଇନଜୀବୀ ପବିତ୍ର ଗରଡା ଅଧ୍ୟକ୍ଷତା କରିଥିଲେ, ମୁଖ୍ୟ ଅତିଥି ଭାବେ ପୁର୍ବତନ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ତଥା ଏ.ଆଇ. ସି.ସି ସଭ୍ୟା ମନିଷା ତ୍ରିପାଠୀ ଯୋଗଦେବା ବେଳେ ସମ୍ମାନୀୟ ଅତିଥି ଭାବେ ନବରଙ୍ଗପୁର ବିଧାନସଭା ଯୁବ କଂଗ୍ରେସ ସଭାପତି ଶ୍ରୀ ସୁରଜ ଲାଲ ଓ ନନ୍ଦାହାଣ୍ଡି ବ୍ଲକ କଂଗ୍ରେସ ସଭାପତି ଶ୍ରୀ ବୃନ୍ଦାବନ ତ୍ରିପାଠୀ ଯୋଗଦେଇଥିଲେ। ପ୍ରଥମେ ଛାତ୍ର କଂଗ୍ରେସର ଦଳୀୟ ପତାକାକୁ ଉତ୍ତୋଳନ କରିବା ପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏ.ଆଇ.ସି.ସି ସଦସ୍ୟା ଛାତ୍ର ସମାଜକୁ ନିଶା ମୁକ୍ତ ହୋଇ ରାଷ୍ଟ୍ର ଗଠନ ରେ ଭାଗିଦାର ହେବା ପାଇଁ ଅଵଗତ କରାଇବା ସହ ଶ୍ରୀ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରେ ଛାତ୍ର ସମାଜର ଯୋଗଦାନ ଉପରେ ଆଲୋଚନା କରିଥିଲେ। ଶ୍ରୀ ଗରଡା ଛାତ୍ର ସମାଜକୁ ସ୍ୱାବଲମ୍ବୀ ହେବାପାଇଁ କହିଥିଲେ। ବର୍ତ୍ତମାନର ଚାକିରୀ ସମସ୍ୟା ଉପରେ ଛାତ୍ର ସମାଜ ଅବଗତ ହୋଇ ଜୀବିକା ଉପରେ ଗୁରୁତ୍ୱାରୋପ କରିବା ସହ ନିଜକୁ ନିଜେ ତିଆରି କରିବା ପାଇଁ ଡାକରା ଦେଇଥିଲେ। ଶ୍ରୀ ସୁରଜ ଲାଲ ବୈରାଗିଗୁଡା ରାଜ୍ୟର ଯୁବକ ମାନଙ୍କ ପାଇଁ ଏକ ଉଦାହରଣ ବୋଲି କହିବା ସହ ଏହା ଓଡିଶା ପରି ଏକ ବ୍ୟାପକ ମଦ ର ପ୍ରସାର ରାଜ୍ୟରେ ନିଶା ମୁକ୍ତ ଏକ ଆଦର୍ଶ ଗ୍ରାମ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରମେଶ ହରିଜନ, ସଞ୍ଜୀବ କୁମାର ମିଶ୍ର, ଆଦିତ୍ୟ ତ୍ରିପାଠୀ ଯୋଗଦେଇଥିଲେ। ଏଥିରେ ଶତାଧିକ ଆଦିବାସୀ ଓ ଦଳିତ ଛାତ୍ର ଓ ଯୁବକ ଯୋଗଦେଇଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More