ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଆଜି ରାଜଧାନୀ ଭୁବନେଶ୍ଵରରେ ସର୍ପାଘାତରେ ଜଣେ ୧୪ ବର୍ଷୀୟା ନାବାଳିକା ଝିଅର ମୃତ୍ୟୁ ହୋଇଛି। ସୂଚନାନୁଯାୟୀ ,ନାବାଳିକା ଗାୟତ୍ରୀ ନାୟକ ଆପୋଲୋ ହସ୍ପିଟାଲର ସାମ୍ନା ବସ୍ତିରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। ଏନେଇ ଝିଅଟି ପରିବାର ଲୋକଙ୍କୁ କହିଥିଲେ। କିନ୍ତୁ ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିଥିଲେ। ଫଳରେ ନାବାଳିକାଙ୍କ ଜୀବନ ଜାଇଥିବା ସୂଚନା ମିଳିଛି।