ସରିନି କାମ, ଧସିଲା ନିର୍ମାଣାଧୀନ ପାଚେରୀ

18

Get real time updates directly on you device, subscribe now.

ବାଲେଶ୍ୱର (ସଂଘର୍ଷ ମିଡିଆ): – ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧିନରେ ବିଭିନ୍ନ ସ୍ଥାନରେ ପୂର୍ତ୍ତି ବିଭାଗ ପକ୍ଷରୁ ଚାଲିଥିବା ରାସ୍ତାକାମ ନିମ୍ନମାନର ହୋଉଥିବାର ଅଭିଯୋଗ ହେଉଛି । ବିଶେଷ ଭାବେ ବାଲେଶ୍ୱର ଜିଲ୍ଲାର ବାଲେଶ୍ୱେ ଓ ମୟୁରଭଞ୍ଜ ଜିଲ୍ଲlକୁ ସଂଯୋଗ କରୁଥିବା ଗାଣ୍ଡିବେଡ – ଔପଦl ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର ବୋଲି ଯାତ୍ରୀମାନେ ଅଭିଯୋଗ କରିଆସୁଥିବା ବେଳେ ଆଜି ତାର ପ୍ରମାଣ ମିଳିଛି । ଗଣ୍ଡିବେଡ -ଔପଦl ରାସ୍ତା କାମ ଚାଲୁଥିବାବେଳେ ସରସତିଆ ନିକଟ ପେଟ୍ରୋଲ ପମ୍ପ ପାଖରେ ପ୍ରାୟ ୧୦୦ ମିଟରରୁ ଅଧିକ ସୁରକ୍ଷା ପାଚେରୀ ଧସିଯାଇଚି । ଗଣ୍ଡିବେଡ – ଔପଦl 6 km ରାସ୍ତା ପ୍ରଶସ୍ତି କାରଣ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇ ଗତ ଜୁଲାଇ ମାସ ଶୁଭ ଶିଳାନ୍ୟାସ କରଯାଇଥିଲା ସୁଧା ଆଜି ପର୍ଯ୍ୟନ୍ତ କାମ ସଂପୂର୍ଣ୍ଣ ହୋଇନଥିବା ବେଳେ ବର୍ଷା ଦିନ ଆରମ୍ଭରୁ ପାଚେରୀ ଧସିବ ନେଇ ଯାତ୍ରୀମାନେ ରାସ୍ତାର ସ୍ତାଇତୁ ଉପରେ ପ୍ରଶ୍ନ ଉଠାଇଲେଣି । ଉଚ୍ଚସ୍ତରୀୟ ତଦନ୍ତ କରି ସଠିକ୍ ଭାବେ କମକରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି । ବାଲେଶ୍ୱର ଖଇରା ରୁ ଜୟନ୍ତ କୁମାର ରାଉତଙ୍କ ରିପୋର୍ଟ ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More