ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସରାଗୁଡା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶେଣୀ ପର୍ଯ୍ୟନ୍ତ ରହିଅଛି। ଉକ୍ତ ବିଦ୍ୟାଳୟରେ ମୋଟ ୧୫୮ ଜଣ ଛାତ୍ରଛାତ୍ରୀ ଅଧ୍ଯୟନ କରୁଛନ୍ତି, କିନ୍ତୁ ଛାତ୍ରଛାତ୍ରୀ ମାନକୁ ଶିକ୍ଷାଦାନ ନିମନ୍ତେ ୩ ଜଣ ଶିକ୍ଷକ ମାତ୍ର ଥିଲେ l ସେମାନଙ୍କ ମଧ୍ୟରୁ ଦିବାକର ବାରିକ ସାରଙ୍କୁ ଡାବୁଗାଁ ଏକ୍ସ ବୋର୍ଡ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି l ଏବେ ପିଲାଙ୍କୁ ଶିକ୍ଷା ଦାନ କରିବା ପାଇଁ ବହୁ ଅସୁବିଧା ହେଉଛି ଏହି ସରାଗୁଡା ବିଦ୍ୟାଳୟରେ । ସାର ଆମ ସ୍କୁଲରେ ରୁହନ୍ତୁ ବୋଲି କାନ୍ଦିକାନ୍ଦି ପ୍ରତିବାଦ କରୁଛନ୍ତି କୁନିକୁନି ଛାତ୍ରଛାତ୍ରୀ ।ସାର ଯଦି ଆମ ବିଦ୍ୟାଳୟରେ ରହିବେ ନାହିଁ, ତେବେ ଆମ୍ଭେ ମାନେ ସ୍କୁଲକୁ ଆସିବୁ ନାହିଁ ବୋଲି କାନ୍ଧି କାନ୍ଧି କହୁଛନ୍ତି ।ଶିକ୍ଷକ ଅଭାବ ବେଳେ ଶିକ୍ଷକଙ୍କ ବଦଳିକୁ ଖାଲି ଛାତ୍ର ଛାତ୍ରୀ କହିକି ଅଭିବାବକ ମାନେ ମଧ୍ୟ ବିରୋଧ କରୁଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l