ସରାଗୁଡାରେ ବିହନ ଛୀନା ପର୍ବ ପାଳିତ

24

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ସରାଗୁଡା ଗ୍ରାମରେ ମାଟିଯାତ୍ରା ତଥା ବିହନ ଛିନା ପର୍ବ ଶୁକ୍ରବାର ପାଳିତ ହୋଇଯାଇଛି |ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠିକାର ୯୦ ପ୍ରତିଶତ ଆଦିବାସୀ କୃଷି ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି |ନବରଙ୍ଗପୁର ଜିଲ୍ଲାରେ ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଆଞ୍ଚଳିକ ପର୍ବପର୍ବାଣୀ ସବୁ ପାଳିତ ହେଉଥିବା ବେଳେ କୃଷି ଭିତ୍ତିକ ପର୍ବପର୍ବାଣୀ ଗୁଡିକର ମଧ୍ୟ ଅନେକ ମହତ୍ୱ ରହିଛି | ଚୈତ୍ର ମାସର ପ୍ରାରମ୍ଭରେ ଚାଷୀମାନେ ଏହି ମାଟିଯାତ୍ରା ପର୍ବଟିକୁ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି | ବିହନ ଛୀନା ପର୍ବ ତଥା ମାଟିଯାତ୍ରା ହେଉଛି ଆଦିବାସୀ ମାନଙ୍କ ପ୍ରଥମ କୃଷି ଭିତ୍ତିକ ପର୍ବ | ଏହି ପର୍ବକୁ କୃଷି ଅନୁକୂଳ ପର୍ବ ମଧ୍ୟ କୁହାଯାଇ ଥାଏ | ଗ୍ରାମ ପାଖରେ ଏକ ଜମିରେ ଥିବା ଠେଙ୍ଗୁଆଭୀମା ଦେବତାଙ୍କ ପ୍ରତୀକ ଭାବେ ଥିବା ଏକ ପଥର ପ୍ରତିମା କୁ ପୂଜାର୍ଚ୍ଚନା କରାଯାଇଥାଏ | ପରେ ଘରୁ ସାଙ୍ଗରେ ଆଣିଥିବା ଧାନ ବିହନ କୁ ଉକ୍ତ ସ୍ଥାନରେ ବୁଣା ଯାଇଥାଏ | ରାତ୍ରିରେ ବୁଣା ଯାଇଥିବା ବିହନ କୁ ଗ୍ରାମର ପୂଜାରୀ ସଂଗ୍ରହ କରି ବିହନରେ ବିଭିନ୍ନ ରଙ୍ଗ ଗୋଳାଯାଇଥାଏ | ପରେ ପୂଜାରୀ ଏହି ରଙ୍ଗ ବୋଳା ଯାଇଥିବା ଧାନ କୁ ଘରକୁ ଆଣି ଗ୍ରାମ ର ସମସ୍ତ ଚାଷୀଙ୍କୁ ଅଳ୍ପ ଅଳ୍ପ ବଣ୍ଟାଯାଇଥାଏ | ପରେ ଗ୍ରାମର ସମସ୍ତ ଚାଷୀ ମାନେ ପୂଜାରୀ ଦେଇଥିବା ବିହନକୁ ବନ୍ଦାପନା କରି ଘର ଭିତରକୁ ପାଛୋଟି ନେଇଥାନ୍ତି | ପରେ ଉକ୍ତ ବିହନକୁ ଏକ ନୂତନ ମାଟି ହାଣ୍ଡିରେ ଧାନ ବୁଣା ସମୟ ପର୍ଯ୍ୟନ୍ତ ଯତ୍ନରେ ରଖିବା ପରେ ଧାନ ବୁଣିବା ଦିନ ଉକ୍ତ ଶୁଭ ବିହନକୁ ଅନ୍ୟ ବିହନ ସହ ମିଶାଇ ଜମିରେ ବୁଣିଥାନ୍ତି | ଏଥିରେ ଗ୍ରାମର ପୂଜାରୀ ଗଜବଳ ପୂଜାରୀ ଙ୍କ ସହ କପୁର ଚନ୍ଦ୍ର ମାଝୀ, ଲାଇବାନ ଭତ୍ରା, କରମା ପୂଜାରୀ, ଚୈତନ୍ୟ ଭତ୍ରା, ସୁକଦେବ ପୂଜାରୀ, ପୁରନ ମାଝୀ, ବୈଦୁ ଭତ୍ରା, ଦଶରଥ ଭତ୍ରାଙ୍କ ସମେତଗ୍ରାମବାସୀ ମାନେ ଉପସ୍ଥିତ ଥିଲେ |ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More