ଗଜପତି(ସଂଘର୍ଷ ମିଡିଆ ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶିଶୁ ଵିଦ୍ୟା ମନ୍ଦିର ଯୋଗ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ବହୁ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ।ଏହି କାର୍ଯ୍ୟକ୍ରମରେ ପାତାଞ୍ଜଳି ଯୋଗ ପୀଠର ଗୁରୁ ବିଶ୍ୱେଶ୍ୱର ଦାସ,ପ୍ରଶିକ୍ଷଣ ମୁରଲୀ ପ୍ରଧାନ, ସି ସି ଡି ସ୍ବେଚ୍ଛାସେବୀ ଅନୁଷ୍ଠାନର ଜଗନ୍ନାଥ ରାଜୁ,ଅନାଦି ଚରଣ ପାଣିଗ୍ରାହୀ, ରାଧା ଚରଣ ଦାସ,ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା, ଜୀବନ ଦାସ,ଆଶା ଲତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଯୋଗା ଅଭ୍ୟାସ ସମ୍ପର୍କରେ ସଚେତନତା କରାଇଥିଲେ। ଏହି ଶିବିରରେ ଶିଶୁ ଵିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ, ପାତାଞ୍ଜଳି ମହିଳା ଯୋଗ ସମିତି, ଭାରତ ସ୍ୱାଭିମାନ ଓ ଯୋଗ ପ୍ରେମୀ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇ ଯାଇଛି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।