ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରରରେ ବିଦ୍ୟା ସଂସ୍କାର ଉତ୍ସବ ଅନୁଷ୍ଠିତ

164

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ଶିକ୍ଷା ବର୍ଷ ୨୦୨୪-୨୫ ଶୁଭାରମ୍ଭରେ ଅବସରରେ ପ୍ରଥମ ଦିନ ଉତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ବିଦ୍ୟାଳୟରେ ଗାୟତ୍ରୀ ଯଜ୍ଞ ଆୟୋଜନ କରାଯାଇଥିଲା।ପିଲାମାନେ ଶୁଦ୍ଧବସ୍ତ୍ର ପରିଧାନ କରି ଫୁଲ, ଧୂପ,ଦୀପ ଧରି ବିଦ୍ୟାଳୟକୁ ଆସିଥିଲେ ।ଗାୟତ୍ରୀ ପରିବାରର ଶ୍ରୀଯୁକ୍ତ ଉମାଚରଣ ପଟ୍ଟନାୟକ ତଥା କର୍ମକର୍ତ୍ତା ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ ସହଯୋଗରେ ବିଦ୍ୟାଳୟରେ ଗାୟତ୍ରୀ ହୋମ ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଦ୍ୟାଳୟର ଗୁରୁମା ଶ୍ରୀମତୀ ପୁଷ୍ପାଞ୍ଜଳି ପଲେଇ ଓ ଶ୍ରୀଯୁକ୍ତ ସରୋଜ ବରାଡ ସହଯୋଗ କରିଥିଲେ।ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ତଥା ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସଫଳ ହୋଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More