ସରସ୍ବତୀ ଶିଶୁମନ୍ଦିରରେ ଗ୍ରୀଷ୍ମ କାଳୀନ ଚିତ୍ର କଳା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଶିବିର ଅନୁଷ୍ଠିତ

12

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) :-: କେନ୍ଦ୍ରାପଡ଼ା ସହର ଶାନ୍ତସାହି ସ୍ଥିତ ସରସ୍ବତୀ ଶିଶୁମନ୍ଦିର ବିଦ୍ୟାଳୟ ପରିସରରେ କୁନ୍ତଳା କୁମାରୀ ଆର୍ଟ ସ୍କୁଲର ଆନୁକୂଲ୍ୟରେ ଗ୍ରୀଷ୍ମ କାଳୀନ ଚିତ୍ର କଳା ଓ ବାଲୁକା କଳା, ମାଟିରେ ନିର୍ମିତ ମୂର୍ତ୍ତି, ଯୋଗ ଆଦି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ପ୍ରତ୍ୟକ ମଣିଷ ଜୀବନର ଏକ ଅବିଛେଦ ଅଙ୍ଗ ହୋଇଥିବା ବେଳେ କଳା ସାହିତ୍ୟ ମଧ୍ୟ ଜଣେ ଶିଶୁର ଶାରୀରିକ ମାନସିକ ବିକାଶ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ଅଙ୍ଗ ଭାବରେ ପରିଗଣିତ ହୋଇଛି. ଯଦି ପିଲାଙ୍କ ବୌଦ୍ଧିକ ସ୍ତରରେ ବିକାଶ ପାଇଁ କଳା କୁ ଗୁରୁତ୍ୱ ଦିଆଯାଆନ୍ତା ତେବେ ନିଶ୍ଚିନ୍ତ ଶିଶୁଟିଏ ମାନସିକ ଚାପରୁ ସ୍ୱାଧୀନ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି । ଶିବିରରେ କୁନ୍ତଳା କୁମାରୀ ଆର୍ଟ ଆଣ୍ଡ କ୍ରାପ୍ଟଟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ ନାୟକ ଉପସ୍ଥିତି ରେ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଗ୍ରୀଷ୍ମ କାଳୀନ କ୍ୟାମ୍ପ ରେ ଭାଗ ନେଇଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ . ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର କରଙ୍କ ପୌରାହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଶିବିରରେ (କୁନ୍ତଳା କୁମାରୀ ଆର୍ଟ ଆଣ୍ଡ କ୍ରାପଟ ସ୍କୁଲର ପ୍ରିନସିପାଲ ) ଅଶୋକ ନାୟକ,ଓ ସରସ୍ବତୀ ଶିଶୁମନ୍ଦିର ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ପିଲାମାନଙ୍କୁ ସାଧାରଣତ କ୍ଳୀ ମଡେଲିଂ, ୱାଟର କଲର, ୱାକରେଲିଂ, ପେଣ୍ଟିଙ୍ଗ, ବାଲୁକା କଳା, ଯୋଗ, ଟେରାକୁଟା ତଥା ବେଦିକ ମ୍ୟାଥ ଆଦି କ୍ଷେତ୍ରରେ ତାଲିମ ଦିଆଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More