ଭଦ୍ରକ(ସଂଘର୍ଷ ମିଡିଆ ) : : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ବ୍ଳକର ମିଳିତ ଆନୁକୂଲ୍ୟରେ ସରସଦା ସ୍କୁଲ ପଡିଆଠାରେ ମେଗା ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି। ୮ଜଣ ବିଶେଷଜ୍ଞ ଡ଼ାକ୍ତରୀ ଦଳ ଓ ହୋମିଓପାଥିକ ଡାକ୍ତର ମାନେ ୨୯ଟି ଷ୍ଟଲରେ ଭିନ୍ନ ଭିନ୍ନ ବିଭାଗରେ ୧୬୮୦ ଜଣ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଥିଲେ। ଏହା ବ୍ୟତୀତ ମାଗଣାରେ ରୋଗ ନିରୂପଣ ପରୀକ୍ଷା ଓ ଔଷଧ ଯୋଗାଇ ଦିଆଯାଇଥିଲା।ଶିବିରରେ ୩ଜଣ ଯୋଗ ପ୍ରଶିକ୍ଷକ ମଧ୍ୟ ରୋଗୀମାନଙ୍କ ପାଇଁ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧ୍ୟକ୍ଷ ଡାକ୍ତର କମଳାକାନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରକୁ ସାଂସଦ ମଞ୍ଜୁଲତା ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଏଥିରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ବିଡିଓ ଦେବଦତ୍ତ ଦାଶ, ସିଡିପିଓ ନିର୍ଝରିଣୀ ରାଉତ, ଜିଲ୍ଲା ପରିଷଦ ସଦସ୍ୟ ଉତ୍କଳ କେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ, ବଦ୍ରୀନାରାୟଣ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କ ନିକଟରେ ଚିକିତ୍ସା ସେବା ଉପଲବ୍ଧ ହେବା ପାଇଁ ଏହି ଶିବିର ଫଳପ୍ରଦ ହେବ ବୋଲି ଆଶା ପ୍ରକାଶ କରିଥିଲେ। ସାଂସଦ ପ୍ରତିନିଧି ଲଳିତ କୁମାର ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିପିଏମ ରଶ୍ମିରେଖା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଉତ୍ତମ ସେବା ପାଇଁ ପୁରୁଷ ସ୍ୱାସ୍ଥ୍ୟକର୍ମୀ ପ୍ରଭାକର ବେହୁରିଆ, ମହିଳା ସ୍ଵାସ୍ଥ୍ୟକର୍ମୀ ମାନସୀରାଣୀ ଦାସ, ଆଶାକର୍ମୀ ଜୟନ୍ତ ସେଠୀ, ଅଙ୍ଗନୱାଡି କର୍ମୀ ମମିତା ନାୟକ, ଓ ସହାୟିକା ପାର୍ବତୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ଲକ ପକ୍ଷରୁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରାଯାଇଥିଲା ସ୍ଵୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଗୃହପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବିକ୍ରୟ ପାଇଁ ଷ୍ଟଲ ଖୋଲାଯାଇଥିଲା। ମେଡିକାଲର ସମସ୍ତ ଆୟୁଷ ଡାକ୍ତର, କର୍ମଚାରୀ ଓ ସୁପର ଭାଇଜର ମନୋରଞ୍ଜନ ରାଉତ, ଫାର୍ମାସିଷ୍ଟ ପଙ୍କଜ କୁମାର ବେହେରା , ରଞ୍ଜିତ କୁମାର ବରାଳ, ପ୍ରଫୁଲ୍ଲ ଖଟୁଆ, ଲଲାଟ କୁମାର ପାଢ଼ୀ, ଭାରତ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।