ସରପଞ୍ଚଙ୍କ ମନମୁଖି ଶାସନ, ଜନତା ଆନ୍ତୁଷ୍ଟ

28

Get real time updates directly on you device, subscribe now.

ବଡ଼ମ୍ବା ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ବଡ଼ମ୍ବା ବ୍ଳକ ଦିନିଆରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ,କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ବ୍ଳକ ସହକାରୀ ଯନ୍ତ୍ରୀ ଆଦିଙ୍କୁ ହାତବାରେସୀ କରି ବିଭିନ୍ନ ବେଆଇନ କାର୍ଯ୍ୟମାନ କରିଚାଲିଛନ୍ତି । ଗ୍ରାମବାସୀ ମାନେ ସ୍ଥାନୀୟ ପ୍ରଶାସନ ସହ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଉଚ୍ଚ ପଦାଧିକାରୀ ମାନଙ୍କୁ ବାରମ୍ବାର ଲିଖିତ ଅଭିଯୋଗ ପ୍ରଦାନ କରିବା ସହିତ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରି ସରପଞ୍ଚଙ୍କ ବେଆଇନ କାର୍ଯ୍ୟକୁ ତ୍ବରାନ୍ବିତ କରୁଛନ୍ତି । ଫଳରେ ଏଭଳି ଅଦାଲତ ଅବମାନନା ପଛରେ ସ୍ଥାନୀୟ ବିଧାୟକ ଛତ୍ରଛାୟା ତଳେ ରହି ସରପଞ୍ଚ ଏଭଳି ମନମୁଖି ଶାସନ ଚଳାଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ରାସ୍ତା ନଥାଇ ଦିନିଆରୀ ପଞ୍ଚାୟତ ଅଫିସ ଗୃହ ନିର୍ମାଣ କରାଯାଉଥିବା ପ୍ରସଙ୍ଗରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ କଟକଙ୍କ WPC କେସ ନଂ- ୨୨୯୯୬/୧୩ ଓ ୪୮୨୦/୧୮ ନିର୍ଦ୍ଦେଶ ଉପରେ ତତ୍କାଳୀନ ଜିଲ୍ଲାପାଳଙ୍କ ଚିଠି ନଂ- ୪୯/୧୩-୦୩-୧୪ , ଉପଜିଲ୍ଲାପାଳଙ୍କ ଚିଠି ନଂ- ୨୭୩୧/୧୦-୦୪/୧୮ ଓ ବର୍ତ୍ତମାନର ତହସିଲଦାରଙ୍କ ଚିଠି ନଂ- ୧୬୨୪/୨୫-୦୬-୨୦ ତଦନ୍ତ ଓ ବାରଣ ସତ୍ତ୍ୱେ ବର୍ତ୍ତମାନର ସରପଞ୍ଚ ସେସବୁକୁ ଭ୍ରୁକ୍ଷେପ ନକରି ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ – ସତ୍ୟ ନାରାୟଣ ପାଟ୍ଟଯୋଷୀ, ସହକାରୀ ଯନ୍ତ୍ରୀ – ଅଶୋକ ଦାଶ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆରଏସ୍ ମାନଙ୍କୁ ହାତବାରେସି କରି ବିଭିନ୍ନ ବେଆଇନ କାର୍ଯ୍ୟ ଓ ଦୁର୍ନୀତି କରିଚାଲିଛନ୍ତି । ଏଭଳି ବେଆଇନ କାର୍ଯ୍ୟକୁ ବିରୋଧ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଚେଷ୍ଟା ଜାରିରଖିବା ଫଳରେ ବେଆଇନକାରୀ ସରପଞ୍ଚ ବିଧାୟକଙ୍କ ରାଜନୈତିକ ହସ୍ତକ୍ଷେପ ଦ୍ବାରା ଅଭିଯୋଗକାରୀ ମାନଙ୍କ ନାମରେ ଏକାଧିକ ମିଥ୍ୟା ମକଦ୍ଦମା ରୁଜୁ କରାଇ ପୋଲିସ ସହାୟତାରେ ଭୟଭୀତ କରାଉଛନ୍ତି । ଦିନିଆରୀ ପଞ୍ଚାୟତରେ ବର୍ତ୍ତମାନ ନିର୍ମାଣଧିନ ରହିଥିବା କାର୍ଯ୍ୟ ଗୁଡ଼ିକୁ ଅନୁଧ୍ୟାନ କରି ତହସିଲଦାର ବେଆଇନ ନିର୍ମାଣ କରାଯାଉଥିବାରୁ ଅନ୍ୟାଦେଶ ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ସହିତ ଉଚ୍ଚ ସ୍ତରୀୟ ତଦନ୍ତ ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷମାନଙ୍କୁ ସରକାରୀ ଚିଠି ଜରିଆରେ ଜଣାଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More