ସରକାରୀ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନକୁ ବିରୋଧ

12

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମହିଳା ଗୋଷ୍ଠୀ ମାନଙ୍କୁ ବିଭିନ୍ନ ଉପାୟରେ ରୋଜଗାର କ୍ଷମ କରୁଛନ୍ତି। ହେଲେ କିଛି ମହିଳା ଗୋଷ୍ଠୀର ମହିଳା ମାନଙ୍କ ପାଇଁ ନିନ୍ଦିତ ହେଉଛି ଗୋଷ୍ଠୀ।ତେବେ ଏବେ କିଛିଦିନ ତଳେ ବାଲିକୁଦା ବ୍ଳକ ଅଂଚଳରେ କଂସାରି କୁଦ ରାସ୍ତାରେ ସରକାରୀ ମଦ ଦୋକାନ ସ୍ଥାନାନ୍ତରକୁ ବିରୋଧ କରୁଛନ୍ତି।ତେବେ ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲାରେ ଚବିଶଟି ସରକାରୀ ମଦ ଦୋକାନ ମହିଳାଙ୍କ ନାମରେ ଥିବାବେଳେ ହଠାତ କିଛି ମହିଳା ମାନେ ଜଣେ ମଦବେପାରୀଙ୍କ ପ୍ରଲଭନରେ ପଡି ସରକାରୀ ସ୍ୱୀକୃତି ମଦ ଦୋକାନ ସ୍ଥାନାନ୍ତର କୁ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି।ଏଠାରେ ସୂଚନାଯୋଗ୍ୟ ଯେ ଜଣେ ସରକାରୀ ମଦ ଦୋକାନୀ ନିଜର ସ୍ୱାର୍ଥ ହାସଲ କରିବାକୁ ଯାଇ ଉକ୍ତ ମହିଳାଙ୍କୁ ଗାଡ଼ିରେ ଆଣି ଟଙ୍କା,ଛତା, ହୋଟେଲରେ ଖାଇବାକୁ ଦେଇ ସରକାରୀ ମଦ ଦୋକାନ ସ୍ଥାନାନ୍ତରକୁ ବନ୍ଦ କରିବା ଘଟଣା ସାଧାରଣରେ ଚର୍ଚ୍ଚା ଜୋର ଧରିଛି।ଏଠାରେ ବ୍ୟାପକ ଚୋରାମଦ କାରବାର ବ୍ୟାପକ ଚାଲିଥିବା ବେଳେ ମହିଳା ଗୋଷ୍ଠୀ କଣ ପାଇଁ ବିରୋଧ କରୁନାହିଁ ବୋଲି ମଧ୍ୟ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ତେବେ ମହିଳା ମାନଙ୍କ ମଦ ବିରୋଧ ଏକ ପ୍ରକାର ପ୍ରହସନ ବୋଲି ସାଧାରଣରେ ଚର୍ଚା ଜୋର ଧରିଛି।ଏପରିକି ଉକ୍ତ ସ୍ଥାନରେ ପୂର୍ବରୁ ଯେଉଁ ମଦ ଦୋକାନ ଅଛି ତାଜୁ ମଧ୍ୟ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More