ରାଉରକେଲା(ସଂଘର୍ଷ ମିଡିଆ ) : ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ଓ ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଲୁମନି ଆସୋସିଏସନ୍ ର ସଭାପତି ବିଭୁତି ଭୂଷଣ ପୁହାଣଙ୍କ ଅଧ୍ୟକ୍ଷତା ଓ ଉପସଭାପତି ଅଧ୍ୟାପିକା ଡଃ ସୁଚିତ୍ରା ମହାନ୍ତିଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ବିଜୟ କୁମାର ବେହେରା ମୁଖ୍ୟ ଅତିଥି , ଆଲୁମନି ତଥା ଜ୍ଞାନଜ୍ୟୋତି ଇଂରାଜୀ ବିଦ୍ୟାଳୟ ର ଅଧ୍ୟକ୍ଷ ଜଳଧର ମହାପାତ୍ର ଓ ଅଧ୍ୟାପକ ଅଭିଜିତ୍ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ସ୍ବଚ୍ଛତା ଓ ପରିବେଶ କୁ ଗୁରୁତ୍ୱ ଦେଉଥିବା କ୍ଲିନ୍ ଆଣ୍ଡ ଗ୍ରୀନ୍ ଅନୁଷ୍ଠାନ ର ଅଧ୍ୟକ୍ଷ ଡାକ୍ତର ଦେବେନ୍ଦ୍ର ସେଠୀ ଓ ସାଧାରଣ ସଂପାଦକ ପ୍ରଦୀପ କୁମାର ଦାସ ତଥା କାର୍ଯ୍ୟକାରୀ ସଂପାଦକ ହିମାଂଶୁ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହ ପ୍ରାୟ ୪୦ଟି ବୃକ୍ଷରୋପଣ କରିଥିଲେ। ଅତିଥିମାନେ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ କରୋନା ସମୟରେ ଅମ୍ଳଜାନର ଆବଶ୍ୟକତା ଓ ପରିବେଶ ସୁରକ୍ଷାକୁ ନଜରରେ ରଖି ବୃକ୍ଷରୋପଣ ଆବଶ୍ୟକତା ସଂପର୍କରେ ମତ ରଖିଥିଲେ। ଏହି ଅବସରରେ କବି ଅଶୋକ କୁମାର ପଟ୍ଟନାୟକ ପରିବେଶ ଓ ସୁରକ୍ଷା ସଂପର୍କରେ ଏକ କବିତା ପାଠ କରିଥିଲେ। ନୂତନ ଭାବେ ଗଠିତ ହୋଇଥିବା ଆଲୁମନି ଆସୋସିଏସନ୍ ରେ ସର୍ବଶ୍ରୀ ହିମାଂଶୁ ମହାପାତ୍ର,ବିଭୁତି ଭୂଷଣ ବିଶ୍ବାଳ,ସନ୍ତୋଷ ମହାପାତ୍ର ଓ ସୁମନ୍ତ କୁମାର ଉପାଧ୍ୟାୟଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା। ୧୯୬୧-୬୨ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ମହାବିଦ୍ୟାଳୟ ରେ ପାଠ ପଢିଥିବା ପୁରାତନ ଛାତ୍ର ଛାତ୍ରୀ ଙ୍କୁ ଆଲୁମନି ଭାବେ ଗ୍ରହଣ କରାଯିବ। ଏଥିପାଇଁ ଇଛୁକ ଆଲୁମନିମାନେ ବିଭୁତି ଭୂଷଣ ପୁହାଣ ମୋବାଇଲ ନଂ ୭୯୭୮୫୫୧୪୧୪ କିମ୍ବା ରୋଶନ ସାହୁ ମୋବାଇଲ ନଂ ୯୪୩୭୬୭୬୫୫୦ ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଉଛି । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ସର୍ବଶ୍ରୀ ଆଶିଷ ରଂଜନ ମାଳି, ଅଧ୍ୟାପିକା ସୁଚିସ୍ମିତା ମଢୁଆଳ, ଅଧ୍ୟାପକ ବିଶ୍ବରଂଜନ ଦାସ, ଡି.ଅଭିକ କୁମାର, ଶଶିକାନ୍ତ ସ୍ବାଇଁ, ସଂଜୀବ ନାୟକ,କୁଞ୍ଜବିହାରୀ ରାଉତ, ଜୋସ୍ନା ନାୟକ ପ୍ରମୁଖ ଉପସ୍ଥିତରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ନିକଟ ଅତୀତରେ କରୋନା ଯୋଗୁଁ ମୃତ୍ୟୁବରଣ କରିଥିବା ଆତ୍ମାଙ୍କ ପ୍ରତି ଏକ ମିନିଟ୍ ନୀରବ ପ୍ରାର୍ଥନା ସହ ଶେଷରେ ଜାତୀୟ ସଂଗୀତ ଗାନ କରାଯାଇ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା ସମାପନ କରାଯାଇଥିଲା। ଶେଷରେ ଶ୍ରୀ ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ।