ମାହାଙ୍ଗା ( ସଂଘର୍ଷ ମିଡିଆ ) : ବର୍ଷ ବର୍ଷ ଧରି ବେଆଇନ ଭାବେ ଚାଲିଥିବା ବେସରକାରୀ ବିଦ୍ୟାଳୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନେଇ ସରକାରୀ ସ୍କୁଲକୁ ମିଶ୍ରଣ ଭିତ୍ତିରେ ବନ୍ଦ କରିବା ନିଷ୍ପତ୍ତି ବିରୁଦ୍ଧରେ ଗ୍ରାମବାସୀ ଘେରିଲେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ। ଏହି ବ୍ଲକର ଧାରୋଶ୍ୟାମସୁନ୍ଦରପୁର ପ୍ରାଥମିକ ବିଦ୍ୟାଳୟଟିକୁ ବିଦ୍ୟାଳୟ ମିଶ୍ରଣ ଭିତ୍ତିରେ ବନ୍ଦ କରିବା ନିଷ୍ପତ୍ତି ବିରୁଦ୍ଧରେ ଗ୍ରାମବାସୀମାନେ ବ୍ଲକ ଶିକ୍ଷାଆଧିକାରୀଙ୍କ କାର୍ଯ୍ୟାଳରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶିକ୍ଷା ଅଧିକାରୀଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ତେବେ ସେହି ରାଜସ୍ବ ଗ୍ରାମରେ ତୁରନ୍ତ ବେଆଇନ ଭାବେ ଚାଲିଥିବା ବେସରକାରୀ ସ୍କୁଲକୁ ବନ୍ଦ କରିବା ସହ ଧାରୋଶ୍ୟାମସୁନ୍ଦରପୁର ପ୍ରାଥମିକ ବିଦ୍ୟାଳୟରେ ନାମଲେଖା ପାଇଁ ଅନୁମତି ଦେବାପାଇଁ ଦାବି କରିଛନ୍ତି ସେମାନେ। ଯଦି ଏହା ନହୁଏ ତେବେ ଆଗାମୀ ଦିନରେ ସେମାନେ ଆନ୍ଦୋଳନ ଆହୁରି ତୀବ୍ର କରିବେ ବୋଲି କହିଛନ୍ତି। ସେପଟେ ଏହି ବେଆଇନ ଭାବେ ଚାଲିଥିବା ବେସରକାରୀ ସ୍କୁଲରେ ନାମ ନଲେଖାଇବା ପାଇଁ ଅଭିଭାବକମାନଙ୍କୁ ବ୍ଲକଶିକ୍ଷା ଅଧିକରି ଜଣାଇବା ସହ ଖୁବ ଶୀଘ୍ର ସରକାରୀ ବିଦ୍ୟାଳୟ ରେନାମଲେଖା ପାଇଁ ଗ୍ରାମବାସୀଙ୍କଦାବି ଉପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।