ସରକାରୀ ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଛି ସବିତା

15

Get real time updates directly on you device, subscribe now.

ଗଜପତି (ସଂଘର୍ଷ ମିଡିଆ ) : – ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ କଚ୍ଚବାଡ଼ି ଗ୍ରାମ ପଞ୍ଚାୟତର ରଙ୍ଗାଗୁଡା ଗ୍ରାମର ସବିତା ମଲ୍ଲିକ।ତାଙ୍କ ବାପା ଗୁରୁବାରିଆ ମଲ୍ଲିକ କିଛି ବର୍ଷ ପୂର୍ବେ ତାଙ୍କୁ ଛାଡି ଆର ପାରିକୁ ଚାଲିଯିବା ପରେ ମାଆ ପୈଙ୍ଗାଲୁ ମଧ୍ୟ କିଛି ବର୍ଷ ହେବ ପକ୍ଷାଘାତ ରୋଗରେ ପଡ଼ି ସବୁଦିନ ପାଇଁ ଶଯ୍ୟା ଶାୟୀ ହୋଇ ପଡିଛନ୍ତି।ନା ସେ ବସି ପାରୁଛନ୍ତି ନା ସେ ଚାଲିପାରୁଛନ୍ତି। ତାଙ୍କ ହାତ ଓ ଗୋଡ଼ ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଛି। ତାଙ୍କର ସେବା ଶୁଶ୍ରୁଷା ସବୁ ସବିତା ହିଁ କରୁଛନ୍ତି।ସବିତାଙ୍କ ସାହା ଭରସା ବୋଲି ଆଉ କେହି ବି ନାହାନ୍ତି।ସବିତା କୁଲି ମଜୁରୀ ଖଟିଲେ ରୋଗିଣୀ ମାଆଙ୍କୁ ସେବା କରିବା ସହ ଦୁଇ ପ୍ରାଣୀ କଷ୍ଟେ ମଷ୍ଟେ ଚଳିଯାନ୍ତି। ସବିତା ଏବେ ଏମିତି ଦୁର୍ଦଶା ଦେଇ ଗତି କରୁଥିବା ବେଳେ ସେ ଏବେ ନିଜ ଭବିଷ୍ୟତ ଗଢି ପାରୁଛନ୍ତି ନା ନିଜ ମାଆଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିପାରୁଛନ୍ତି। ଭାଗ୍ୟକୁ ଆଦରି ଧର୍ଯ୍ୟର ସହିତ ବାଟ ଚାଲୁଛନ୍ତି ସବିତା।ତେବେ ଖବର ପାଇ ମୋହନା ଅଞ୍ଚଳର ଜଣେ ସାମାଜିକ କର୍ମୀ ଆହ୍ୱାନ ଭାଇ ସବିତାଙ୍କ ନିକଟରେ ପହଞ୍ଚି ଭଲ ମନ୍ଦ ବୁଝିଥିଲେ। ତେବେ ଅସହାୟ ସବିତା ଏବେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି। ଗ୍ରାମବାସୀମାନେ ମଧ୍ୟ ସବିତାର ପରିବାରକୁ ସରକାର କିଛି ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More