ସରକାରୀ ସହାୟତା ମିଳିଲେ ଦୁନିଆକୁ ଦେଖିପାରିବ ୫ ବର୍ଷର ତନ୍ମୟ

26

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : କଥାରେ ଅଛି ଜୀବନରେ ଯେବେ ଦୁଃଖ ଆସେ ବିପଦ ଚାରିଆଡ଼ୁ ମାଡ଼ି ବସେ, ଆଉ ଯଦି ଏହି ଦୁଃଖ ଗରିବ ପରିବାର ଉପରେ ଆସେ ତେବେ ଜୀବନଟା ଯେମିତି ଅନ୍ଧକାର ହୋଇଯାଏ | ଆଉ ଏଭଳି ଦୁଃଖର ପାହଡ଼ ତଳେ ଚାପି ହୋଇ ପେଶି ହେଉଛି ଏକ ଗରିବ ପରିବାର | ଆମେ କହୁଛୁ ଭଦ୍ରକ ବ୍ଲକ ଜଗଦଲପୁର ପଞ୍ଚାୟତ ଅଧିନ ଗୋପାଳି ସାହିର ଖଟିଖିଆ ପ୍ରଶାନ୍ତ ଦାସଙ୍କ କଥା | ବୁଢି ମା, ସ୍ତ୍ରୀ ଓ ସ୍ଵାମୀ ତିନୋଟି ସନ୍ତାନକୁ ନେଇଁ ୬ ଜଣ ପରିବାର ।ପ୍ରଥମରୁ ଦୁଃଖ କଷ୍ଟରେ ଚଳି ଆସୁଥିବା ପ୍ରଶାନ୍ତଙ୍କ ପରିବାରକୁ ଯେମିତି ଗ୍ରାସ କରି ନେଇଛି ଦୁଃଖର ଅନ୍ଧକାର | କାରଣ ଗରିବ ପ୍ରଶାନ୍ତଙ୍କ ୫ ବର୍ଷର ପୁଅ ତନ୍ମୟ ତାର ଗୋଟି ଆଖିର ଦୃଷ୍ଟି ଶକ୍ତି ହରାଇ ବସିଛି | ବର୍ଷେ ତଳ ଖେଳୁଥିବା ସମୟରେ ତନ୍ମୟଙ୍କ ବାମ ଆଖିରେ ଆଘାତ ଲାଗିଥିଲା | ବହୁ କଷ୍ଟରେ ଲୋକଙ୍କ ଠାରୁ ୩୦ ହଜାର ଟଙ୍କା ମାଗି ଯାଚି ପିଲାଟିର ଚିକିତ୍ସା କରିଥିଲେ ବାପା | ଗତ କିଛି ଦିନ ହେବେ ତନ୍ମୟଙ୍କ ବାମ ଆଖିକୁ ଦେଖା ଯାଉ ନଥିବାରୁ ବହୁ କଷ୍ଟରେ ଡାକ୍ତରଙ୍କୁ ଦେଖାଇଥିଲେ ପ୍ରଶାନ୍ତ | ତେବେ ଡାକ୍ତର କହିଛନ୍ତି ଆଖି ଅପରେସନ୍ ହେଲେ ତନ୍ମୟ ପୁଣି ଥରେ ଦେଖି ପାରିବ ଆଉ ଏଥିପାଇଁ ଆବଶ୍ୟକ ଅଧିକ ଅର୍ଥ | ତେବେ ମୂଳ ଲାଗିଲେ ଯେଉଁ ପରିବାରର ଚୁଲି ଯଳେ, ଯେଉଁଠି ଅତି କଷ୍ଟରେ ୬ ପ୍ରାଣୀଙ୍କ ପେଟ ପୁରେ ସେଠି ପୁଅର ଅପରସେନ୍ ଯେମିତି ଏହି ଗରିବ ପରିବାର ପାଇଁ ପାଇଁ ସାତ ସପନ | ଅପରେସନ୍ ପାଇଁ ଟଙ୍କା ନଥିବାରୁ, ସରାକରୀ ଓ ବେସରକାରୀ ସ୍ତରରେ ସହାୟତା ମିଳିଲେ ଛୁଆଟା ଆମର ପୁଣି ଥରେ ଦେଖି ପାରନ୍ତା ବୋଲି ଛଳ ଛଳ ଆଖିରେ କହିଛନ୍ତି ତନ୍ମୟଙ୍କ ଜେଜମା ଓ ମାଁ ବାଇଟ… ଜେଜେମା ଓ ମା ରାଜ୍ୟ ସରକାର ଏଭଳି ଗରିବ ଲୋକଙ୍କ ପାଇଁ କେତେ କଣ ଯୋଜନା କରିଛନ୍ତି ତେବେ ସରକାରୀ ସହାୟତା କହିଲେ ପ୍ରଶାନ୍ତଙ୍କୁ ମାସିକ ରାସନ ସାମଗ୍ରୀ ମିଳିବା ସହ ମିଳିଛି ଏକ ଇନ୍ଦିରା ଆବାସ | ଆଖି ଅପରେସନା ପାଇଁ ଦରକାର ୫୦ ହଜାରରୁ ଅଧିକ ଟଙ୍କା | ଅନ୍ୟଠାରୁ ମାଗି ଯାଚି ପୁଅର ଚିକିତ୍ସା କରୁଥିବା ଏହି ଗରିବ ପରିବାରକୁ ଯଦି କୌଣସି ପ୍ରକାର ସହାୟତା ମିଳନ୍ତା ତେବେ ନିଶ୍ଚୟ ଏହି ଗରିବ ପରିବାରର ଦୁଃଖ ଦୂର ହୋଇପାରନ୍ତା ବୋଲି କହିଛନ୍ତି ଗ୍ରାମବାସୀ ମାନେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More