ସରକାରୀ ଯୋଜନା ନାଁକୁ ମାତ୍ର, ପାଣି ପାଇଁ ଯିବାକୁ ପଡୁଛି ଏକ କିଲୋମିଟର ଦୂର

15

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ସରକାରୀ ଯୋଜନା ନାଁକୁ ମାତ୍ର। ସରକାରଙ୍କ କାହିଁ କେତେ ଯୋଜନା କରୁଛନ୍ତି ।ବାରମ୍ବାର ଗୁହାରି କଲେ ମଧ୍ୟ ସୁନୁଣୀ ପ୍ରଶାସନ। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ। ସରକାରଙ୍କ ସମସ୍ତ ଯୋଜନା ଏଠାରେ ମାରିଛି ଫେଲ୍। ବୌଦ୍ଧ ଜିଲ୍ଲାର ଅଭିଶପ୍ତ ଗାଁ ହେଉଛି ଗୁଛାପଡ଼ା ପଞ୍ଚାୟତରେ ଅବସ୍ଥିତ ଥପାପାଲି।ଭାରତ ଦେଶର ରାଜସ୍ଥାନ ରାଜ୍ୟର ଥାର ମରୁଭୂମିକୁ ବୁଲିଯିବେ ଯାହା ଉକ୍ତ ଥପାପାଳି ଗ୍ରାମକୁ ମଧ୍ୟ ଯିବେ ତାହା।ଉକ୍ତ ଗ୍ରାମରେ 900 ଲୋକ ବସବାସ କରୁଥିବା ବେଳେ ପାଣି ମୁନ୍ଦାଏ ପାଇଁ ବହୁତ କଲବଲ ହୋଇଥାନ୍ତି।ସ୍ବାଧୀନତାର 76 ବର୍ଷ ପରେ ମଧ୍ୟ 1932 ମସିହାରେ ଥପାପାଳି ଗାଁ ଯେମିତି ଥିଲା ଏବେ ମଧ୍ୟ ଠିକ୍ ସେମିତି ଅବସ୍ଥାରେ ରହିଛି।ଗାଁର ପଶ୍ଚିମ ଦିଗରେ ଗୋଟିଏ ଛୋଟ ବନ୍ଧ ଅଛି ଯାହାର ଅବସ୍ଥା ନ କହିବା ଭଳ।ଗାଈ ମଇଶି ଛେଳି ମେଣ୍ଢା ଙ୍କ ସହ ସେହି ବନ୍ଧରେ ମଣିଷ ଗାଧୁଉଛନ୍ତି। ଯାହା ଫଳରେ ନାନାଦି ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାକୁ ଧାଇଁ ଧାଇଁ ନିରାଶ ହେଉଛନ୍ତି। ପାଣି ଯୋଗାଇ ଦେବାକୁ ପ୍ରତି ଘର ସମ୍ମୁଖରେ ଟ୍ୟାପ ଲଗାଯାଇଛି ଶତ ହେଲେ ପାଣି ଆସିବାର ନାଁ ଗନ୍ଧ ଧରୁନି। ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ। ପିଇବା ପାଣି ପାଇଁ ଯିବାକୁ ପଡୁଛି ଅଧ କିଲୋମିଟର ପୁଣି ଗୋଟିଏ ନଳକୂପ ହ୍ନି ଭରସା ଥପାପାଲି ଗାଁକୁ। ପିଇବା ପାଣି ପାଇଁ ପ୍ରଶାସନ ପାଖରେ ଗୁହାରି ପରେ ବି କୌଣଷି ଲାଭ ମିଳୁନଥିବା ଅଭିଯୋଗ ହୋଇଛି।ଦିନ ଯେତିକି ବଢୁଛି ପାଣି ସମସ୍ୟା ମଧ୍ୟ ସେତିକି ବଢୁଛି ଉକ୍ତ ଗ୍ରାମରେ। ତେଣୁ ତୁରନ୍ତ ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଗାଁ ଲୋକେ।ସେପଟେ ପାଣି ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏଠାରେ ଦେଖିବାକୁ ବାକି ରହିଲା କେବେ ଏହି ପାନୀୟ ଜଳର ସମସ୍ୟା ସମାଧାନ କରୁଛି ବୌଦ୍ଧ ପ୍ରଶାସନ l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More