ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କୁ ସମ୍ବର୍ଦ୍ଧନା

8

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ମୁଖ୍ୟ ସଚେତକ ଦାୟିତ୍ୱ ପ୍ରଦାନ କରିଥିବାରୁ ଆଜି ଜିଲା ବିଜେଡ଼ି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ସ୍ଥାନୀୟ କଇଜଙ୍ଗା ଠାରୁ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ,ଜିଲା ପରିଷଦ ସଭାପତି ମନୋଜ କୁମାର ଭୋଇଙ୍କୁ ବିଶାଳ ବାଇକ ଶୋଭା ଯାତ୍ରାରେ ବିଜେଡ଼ି କର୍ମୀ ମାନେ ବିଭିନ୍ନ ଛକ ମାନଙ୍କରେ ବିପୁଳ ମାତ୍ରାରେ ସମ୍ବର୍ଦ୍ଧନା ଦେଇଥିଲେ। ସହର ପରିକ୍ରମା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ପହଞ୍ଚି ଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ବରିଷ୍ଠ ବିଜେଡି ଜିଲା ଉପସଭାପତି ଦୀପ୍ତି ଦାସ ଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ରାଜ୍ୟ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ବିପୁଳ ସଂଖ୍ୟା ରେ ବିଭିନ୍ନ ସଂଗଠନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ,ସମସ୍ତ ବ୍ଲକର ଅଧ୍ୟକ୍ଷ ଅଧ୍ୟକ୍ଷା,ଜିଲାପରିସଦ ସଭ୍ୟ ସଭ୍ୟା ଓ ବିଜେଡ଼ି କର୍ମ କର୍ତା, କର୍ମୀ, ସମିତି ସଭ୍ୟ, ସଭ୍ୟା, ସରପଞ୍ଚ,ପ୍ରମୂଖ ବିଜେଡ଼ି କର୍ମୀ ମାନେ ପୁଷ୍ପ ଗୁଚ୍ଛ, ମାନପତ୍ର ପ୍ରଦାନ ପୁର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସରକାରୀ ମୁଖ୍ୟ ସଚେତକ ବିଧାନସଭା ଓଡ଼ିଶାର ପ୍ରଶାନ୍ତ କୁମାର ମୁଦୁଲି କହିଥିଲେ, ମୁଁ ପ୍ରଥମେ ମୋର ନେତା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ଏହା ମୋ ଜଗତସିଂହପୁର ବାସୀଙ୍କ ପାଇଁ ସମ୍ଭବ ହୋଇପାରିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଦୃଢ ସାମ୍ବିଧାନିକ ପଦବୀରେ ବସାଇଛନ୍ତି।ଗୁରୁ ଦାୟିତ୍ୱ ଦେଇଛନ୍ତି।ଏହାକୁ ସୁଚାରୁ ରୁପେ ତୁଲାଇବେ ବୋଲି କହିଥିଲେ।ସମ୍ବର୍ଦ୍ଧନା ସଭାରେ କୃଷକ ମୋର୍ଚାର ପ୍ରକାଶ ଚନ୍ଦ୍ର ବସ୍ତିଆ, ଜଗତସିଂହପୁର ବ୍ଳକ ଅଧ୍ୟକ୍ଷା କନକ ପ୍ରଭା ଲେଙ୍କା, ଭାଇସ ଚେୟାରମ୍ୟାନ ରତିରଞ୍ଜନ ବେହେରା, ସମାଜସେବୀ ବିନାୟକ ପଟ୍ଟନାୟକ, ବରିଷ୍ଠ ଆଇନଜୀବି ଗୋରାଚାନ୍ଦ କାନୁନଗୋ, ବିଜେଡ଼ି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର, ଜିଲାପରିସଦ ସଭ୍ୟ ବିବେକାନନ୍ଦ ବେହେରା, ଚିତ୍ତରଂଜନ ରାଉଳ, ମହିଳା ନେତ୍ରୀ ସବିତା ମହାପାତ୍ର, ରାଜଶ୍ରୀ ମହାପାତ୍ର, ଆତ୍ମା ଅଧ୍ୟକ୍ଷ ବାବୁଲି ସାହୂ,ଜଗନ୍ନାଥ ମୁଦୁଲି, ଡିଜିଟାଲ ମିଡିଆ ସମ୍ପାଦକ ରାଜେଶ ଦାସ, ପୂର୍ବତନ ପୋୖରାଧକ୍ଷ ମଧୁସୂଦନ ସାହୂ ,କାଉନସିଲର ମନୋଜ ମହାନ୍ତି,ଯୁବ ନେତା ସ୍ୱରୂପ ରଞ୍ଜନ ସ୍ବାଇଁ, ଆଲୋକ କୁମାର ଖୁଣ୍ଟିଆ, ପ୍ରଶାନ୍ତ ବେହେରା ,ସୁଧୀର ସ୍ବାଇଁପ୍ରମୂଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More