ସରକାରୀ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ ଜୟନ୍ତୀ ପାଳିତ

18

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : — ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଚଚରାଗୁଡା ଗ୍ରାମ ପଞ୍ଚାୟତ କେଲିଆ ଗ୍ରାମରେ ତା୧୯।୧୧।୧୯୭୨ ମସିହାରେ ସ୍ଵର୍ଗତ ନରସିଙ୍ଗ ବେହେରାଙ୍କ ବାସ ଭବନରେ ୨୦ଜଣ ଛାତ୍ର ଛାତ୍ରୀମାନଙ୍କୁ ନେଇ ପ୍ରାଥମିକ ବିଦ୍ୟାଳୟ ଗଢିଉଠିଥିଲା। ଏକ ବର୍ଷପରେ ଚୈତନ୍ୟ ଗଉଡଙ୍କ ବାସ ଭବନରେ, ଏକ ବର୍ଷ ପରେ ସ୍ଵର୍ଗତ ରୁପସିଙ୍ଗ ପୁଜାରୀଙ୍କ ଯାଗାରେ ଦୁଇ ବଖରା ଘରରେ ତିନି ବର୍ଷ ବିଦ୍ୟାଳୟ ଚାଲିଥିଲା।ପରେ ସମାଜସେବୀ ମଧୁସୁଦନ ପୁଜାରୀ ଖାତା ନମ୍ବର ୬୧,ପ୍ଲଟ୍ ନମ୍ବର୍ ୪୪ରେ ବ୍ଲକ ପ୍ରଶାସନ ତରଫରୁ ଦୁଇ ବଖରା କୋଠା ଘରରେ ଛାତ୍ର ଛାତ୍ରୀ ପାଠ ପଢିବାର ସୁଜୋଗ ପାଇଥିଲେ,ଯାହାକି ୨୦୦୦ମସିହାରେ ତତକାଳୀନ ଡାବୁଗାଁ ବିଧାୟକ ଭୁଜବଳ ମାଝୀଙ୍କ କରକମଳରେ ବିଦ୍ୟାଳୟ ଗୃହ ଉଦଘାଟିତ ହୋଇଥିଲା। ପରେ ସର୍ବ ଶିକ୍ଷା ଅଭିଜାନ ୨୦୧୧ରେ ଏକ ଅତିରିକ୍ତ ଶ୍ରେଣୀଗୃହ ଯୋଗାଇଦିଆ ଯାଇଥିଲା। ଉକ୍ତ ବିଦ୍ୟାଳୟଟି ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀରେ ଏବେ ୫୭ଜଣ ଛାତ୍ର,ଛାତ୍ରୀ ବିଦ୍ୟାଅଧ୍ୟୟନ କରୁଛନ୍ତି। ଠିକ୍ ୫୦ ବର୍ଷ ତଳେ ଉକ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ,କେଲିଆ ହୋଇ ଥିବାରୁ ଆଜି ସେହି ବିଦ୍ୟାଳୟର ସୁବର୍ଣ ଜୟନ୍ତୀ ପାଳନ କରିଛି। ଏହି ଅବସରରେ ଆଜି ସକାଳେ ସୁବର୍ଣ ଜୟନ୍ତୀ ଉଦଘାଟନ ହୋଇ ଥିବାବେଳେ ଅପରାହ୍ନରେ ଉଦଜାପନୀ ଉଛବରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଞ୍ଜୋଜକ,ସମଗ୍ର ଶିକ୍ଷା,ନବରଙ୍ଗପୁରଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ସମ୍ମାନୀତ ଅତିଥି ଭାବେ ସାଂସଦ ପ୍ରତିନିଧି ଏମ୍ ଆପାରାଓ,ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ,ଜିଲ୍ଲା ପରିଷଦ ସଭ୍ୟ ଜୋନ୍-୨ ଗୁପ୍ତ ବିଷୋୟୀ,ଡାବୁଗାଁ ପଞ୍ଚାୟତ ସମିତି ଉପାଧକ୍ଷ ସଦାନନ୍ଦ ନାୟକ, ଚଚରାଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ରଞ୍ଜୁ ଭତ୍ରା ଓ ଚଚରାଗୁଡା ପୁର୍ବତନ ସରପଞ୍ଚ ଧର୍ମାନନ୍ଦ ନାୟକପ୍ରମୁଖ ମଞ୍ଚରେ ମଞ୍ଚାସୀନ ରହିଥିଲେ।ପ୍ରଥମେ ସମସ୍ତ ଅତିଥିବ୍ରୁନ୍ଦ ସୁବର୍ଣ ଜୟନ୍ତୀ ର କେକ୍ କାଟି ମଞ୍ଚ ଉପରେ ଉପବିଶନ କରି ଛାତ୍ର,ଛାତ୍ରୀ,ଅଭିଭାବକ,ଅଭିଭାବିକାଙ୍କୁ ବହୁ ଉପଦେଶ ମାନ ଶିକ୍ଷା ଉପରେ ଦେଇଥିଲେ। ମୁଖ୍ୟ ଅତିଥି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସରକାରଙ୍କ ଯୋଜନା ଉପରେ ବ୍ୟାପକ ପରାମର୍ଶ ଦେଇଥିଲେ।ସଭାପତି ଶିକ୍ଷା ପାଇଁ ୩ ଜଣ ଠିକ୍ ଥିଲେ ଶିକ୍ଷା ଭଲ ହୋଇପାରିବ,ଯଥା ଗ୍ରାମବାସୀ,ଶିକ୍ଷକଶିକ୍ଷୟତ୍ରୀ,ଛାତ୍ର/ଛାତ୍ରୀ,ଏମାନଙ୍କ ସହଯୋଗ ନିତ୍ୟାନ୍ତ ପ୍ରୟୋଜନ ବୋଲି ମତ ପୋଷଣ କରିଥିଲେ।ଏହି ଦିବସ ପାଇଁ ଆଗରୁ ବିଭିନ୍ନ ଖେଳ,କୁଦ ହୋଇ ପ୍ରଥମ,ଦିତୀୟ,ତ୍ରୁତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର/ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କ୍ରୁତ କରାଜାଇଥିଲା।ଉକ୍ତ ବିଦ୍ୟାଳୟ ତାର ସୁବର୍ଣ ଜୟନ୍ତୀ ପାଳନ କରି ଥିବାବେଳେ ଉକ୍ତ ବିଦ୍ୟାଳୟର ପରିସର ମଧ୍ୟରେ ବିଦ୍ୟୁତ ସିଲଭର ତିନି ଫେଜ୍ ତାର ଯାଇ ଥିବାରୁ କେତେବେଳେ କିଏ ବିପଦର ସମ୍ମୁଖିନ ହେବ,ତାହା କିଏ କହିବ?ଏଣୁ ବିଦ୍ୟୁତ ବିଭାଗ ଏ ଦିଗରେ ଦ୍ରୁଷ୍ଟି ଦେଇ ତୁରନ୍ତ ବିଦ୍ୟାଳୟ ପରିସର ଉପରୁ ଯାଇଥିବା ତାରକୁ ସ୍ଥାନାନ୍ତର କରାଇ କୋମଳମତି ଛାତ୍ର ଛାତ୍ରୀଙ୍କ ଜୀବନ ସୁରକ୍ଷିତ ରଖିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।ପୁର୍ବତନ ଶିକ୍ଷକ,ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମର ବହୁ ଭଦ୍ରବ୍ୟକ୍ତିଙ୍କ ସହଜୋଗରେ ସୁବର୍ଣ ଜୟନ୍ତୀ ସରସ ସୁନ୍ଦର ହୋଇଥିଲା। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More