ସରକାରୀ ଜାଗାକୁ ଜବରଦଖଲ ଅଭିଯୋଗ

14

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ ) : – ସରକାରୀ ଜାଗାରେ ଚାଲିଛି ବେଆଇନ ଜବରଦଖଲ । ଵାଦ୍ ପଡୁନି ଜଙ୍ଗଲ ଜମି । ଏନେଇ ପ୍ରଶାସନ ପାଖରେ ବର୍ଷ ବର୍ଷ ଧରି ଅଭିଯୋଗ କଲେ ମଧ୍ୟ ମିଳୁନି ସୁଫଳ । ନଷ୍ଟ ହେଉଛି ଗାଁରେ ଭାଇଚାରା । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଗରଜଙ୍ଗା ଗାଁରେ । ଏନେଇ ଆମ ବିଶେଷ ରିପୋର୍ଟ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ତହସିଲ ତାଳସଙ୍ଗା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ଯାଳୟ ଅଧିନ ଗରଜଙ୍ଗା ଗାଁରେ ପୂର୍ବରୁ ଥିଲା ସର୍ବାଧିକ ୮୪ ଏକର ଗୋଚର , ଅନାବାଦୀ , ଜଙ୍ଗଲ ଜମି ଏବଂ ବସ୍ତିଯୋଗ୍ଯ ଜମି । ମାତ୍ର ବର୍ତ୍ତମାନ ଗୋରୁଗାଈ ଚରିବା ପାଇଁ ଗୁଣ୍ଠେ ହେଲେ ଜମି ନାହିଁ । ସବୁ ସରକାରୀ ଜମି ଏବେ ଜବରଦଖଲକାରୀଙ୍କ କବଜାରେ । ଏନେଇ ଗ୍ରାମବାସୀ ମାନେ ୨୦୧୧ ମସିହାରୁ ବାରମ୍ବାର ସ୍ଥାନୀୟ ତହସିଲଦାର ଏବଂ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ । ଫଳରେ ଜବରଦଖଲକାରୀ ଧିରେ ଧିରେ ଅଧିକରୁ ଅଧିକ ଜମି ଜବରଦଖଲ କରି ଚାଲୁଛନ୍ତି । ଗାଁରେ ବସ୍ତିଯୋଗ୍ଯ ଜମି ରହିଥିଲେ ମଧ୍ୟ ସେଠାରେ ଭୂମିହୀନ ଙ୍କୁ ଥଇଥାନ କରୁନାହାନ୍ତି ପ୍ରଶାସନିକ ଅଧିକାରୀ । ଫଳରେ ଯେ ଯେଉଁଠି ଚାହୁଁଛନ୍ତି ସେଠାରେ ଘର ତିଆରି କରି ରହୁଛନ୍ତି । ଅପରପକ୍ଷରେ ଭୂମିହୀନ ଯୋଗୁଁ ସରକାରୀ ଜାଗାରେ ଘର କରି ରହିଥିବା କହିଛନ୍ତି ଜବରଦଖଲକାରୀ ।ଏପଟେ ୨୦୧୧ ମସିହା ଠାରୁ ବାରମ୍ବାର ସ୍ଥାନୀୟ ତହସିଲଦାର ଏବଂ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୈଣସି ସୁଫଳ ମିଳୁନଥିବା ବେଳେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଗୋସମ୍ପଦ ଏବଂ ଗୋପାଳକ । ଅପରପକ୍ଷରେ ଏ ସମ୍ବନ୍ଧରେ ଆଗରୁ ଅବଗତ ନଥିବା ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଠାରୁ ଜାଣିବା ପରେ ଆଗକୁ କାର୍ଯ୍ଯାନୁଷ୍ଠାନ ନେବେ ବୋଲି କହିଛନ୍ତି ସ୍ଥାନୀୟ ତହସିଲଦାର । ଗ୍ରାମବାସୀମାନେ ୨୦୧୧ ମସିହା ଠାରୁ ୨୦୨୨ ମସିହା ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିବା ପରେ ତହସିଲଦାରଙ୍କ ଏଭଳି ମନ୍ତବ୍ୟ ଗ୍ରାମବାସୀ ମାନଙ୍କ ଅଭିଯୋଗକୁ ପ୍ରଶାସନ ଗୁରୁତ୍ୱ ଦେଉନଥିବା ସ୍ପଷ୍ଟ ହୋଇଛି । ଅପରପକ୍ଷରେ କେବେ ପ୍ରଶାସନ ଏହି ଘଟଣା ଉପରେ ଗୁରୁତ୍ୱ ଦେବ ଏବଂ ବର୍ଷ ବର୍ଷ ଧରି ଲାଗିରହିଥିବା ସମସ୍ଯାର ସମାଧାନ ହେବ ତାକୁ ଚାହିଁ ବସିଛନ୍ତି ଗ୍ରାମବାସୀ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More