ସରକାରୀ ଜମିରେ ଘର ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ

9

Get real time updates directly on you device, subscribe now.

ନରସିଂହପୁର ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ପାଇକପଡା ପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଗତ କାଲି ଦେଖିବାକୁ ମିଳିଥିଲା । ଏକ ସରକାରୀ ଜମିରେ ଘର କରିବାକୁ ନେଇ ପାଇକପଡା ପାଟଣା ଓ ଫୁଲପଡା ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି ।ଏହି ଗୋଷ୍ଠୀ ସଂଘର୍ଷରେ ଉଭୟ ଗ୍ରାମର କିଛି ଲୋକ କ୍ଷତାକ୍ତ ହୋଇଥିଲେ । ଥାନାରେ ମାମଲା ରୁଜୁ ହୋଇଥିଲା । ମାତ୍ର ଗଲା ରାତିରେ ପୋଲିସର ରାତି ଅଧରେ ଚଢ଼ାଉ କରି ଫୁଲପଡା ଗ୍ରାମରେ ପଶି ଗରିବ ନିରୀହ ଲୋକ ମାନଙ୍କୁ ଆକ୍ରମଣ କରି ସତର ଜଣଙ୍କୁ ଉଠେଇ ଆଣିଥିବାର ସୂଚନା ମିଳିଛି । ମାତ୍ର ପନ୍ଦର ଜଣକୁ କୋର୍ଟକୁ ପଠାଇ ଥିବା ବେଳେ ଆଉ ଦୁଇ ଜଣଙ୍କୁ ପୋଲିସ।ଫୁଲପଡାରେ ବର୍ତ୍ତମାନ ପୁରୁଷ ଶୂନ୍ୟଭଳି ଲାଗୁଛି । ପୋଲିସ ରାଜନୈତିକ ଆକ୍ରୋଶ ରଖି ଏହିଭଳି କରୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଏ ବିଷୟରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ନରସିଂହପୁର ଅରବିନ୍ଦ ପ୍ରଧାନଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More