ଆଙ୍କର – କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ନଂ 53 ରୁ ଅଳପ ଦୂର , ଗାଁ ର ନାଁ ନାରଣପୁର | ଏହି ଗାଁ ରେ ଶତାଧିକ ଦଳିତ ପରିବାର ବସବାସ କରୁଥିବା ବେଳେ, ପ୍ରାୟତଃ ଚାଷବାସ ଓ ମୂଲ ମଜୁରୀ ଲାଗି ନିଜର ଜୀବନ ଜୀବିକା ନିର୍ବାହ କରିଥାନ୍ତି | ହେଲେ ବିଡମ୍ବନା ର ବିଷୟ ହେଉଛି ଏବେ ସରକାର ଏବଂ ସରକାରୀ ଦପ୍ତର ଏହି ଗ୍ରାମବାସୀ ମାନଙ୍କ ପାଇଁ ସାବତ ମା ସଦୃଶ | ସ୍ୱାଧୀନତା ର 74 ବର୍ଷ ପରେ ବି ଏହି ଗ୍ରାମବାସୀ ଙ୍କୁ ମିଳିପାରୁନି ସେମାନଙ୍କ ହକ ବା ଅଧିକାର | କିଛି ମୁଣ୍ଡ ବୁଲା ଅଫିସର ଙ୍କ ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଆଜି ଏହି ଗ୍ରାମର ଲୋକମାନେ ସରକାରୀ ସୁବିଧା ସୁଯୋଗ ରୁ ବଞ୍ଚିତ |
ଦୁଇହାଜର ଏଗାର ମସିହାରୁ ଏହି ଗ୍ରାମବାସୀ ଙ୍କ ନାମ ସରକାରୀ ଦପ୍ତର ରୁ ଉଭେଇ ଯାଇଥିବା ହେତୁ ଏମାନଙ୍କୁ ସୁବିଧା ସୁଯୋଗ ମିଳିପାରୁନି, ଯାହାକୁ ନେଇ ସୂଚନା ଅଧିକାର ଅଭିଯାନ ର କେନ୍ଦ୍ରାପଡ଼ା ଜିଲ୍ଲା ଆବାହକ ପ୍ରତାପ ମହାନ୍ତି ଜାତୀୟ ମାନବଧିକାର କମିସନ ଙ୍କ ନିକଟରେ ଅଭିଯୋଗ କରିବା ପରେ ଏବେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଚେଇଁକି ଉଠିଛି | ହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଗାଁ ରାଜନୀତି ର ଇନ୍ତୁ୍ଡିଶାଳ କୁହାଯାଉଥିବା କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ରେ ଯାଉଥିଲା ବେଳେ ସ୍ଥାନୀୟ ଆତ୍ମାଘୋଷିତ ବିକାଶ ପୁରୁଷ ବୋଲାଉଥିବା ନେତା ମାନଙ୍କ ନଜର କୁ ଆସିପାରୁନାହିଁ | ନିର୍ବାଚନ ଆସିଲେ କୁଢ଼ କୁଢ଼ ପ୍ରତିଶୃତି ରେ ପୋତି ପକାଉଥିବା କିଛି ଢିଅ ଗାଲୁଆ କୁଜିନେତା ନିର୍ବାଚନ ସରିଗଲେ ଆଉ ଧରାଛୁଆଁ ଦିଅନ୍ତି ନାହିଁ | ଏନେଇ ସାମାଜିକ କର୍ମୀ ଓ ସୂଚନା ଅଧିକାର କର୍ମୀ ଙ୍କ କଣ ରହିଛି ପ୍ରତିକ୍ରିୟା ଆସନ୍ତୁ ଦେଖିବା | ଖବର ପ୍ରସାରଣ ପରେ ଏହି ଅବହେଳିତ ଗ୍ରାମବାସୀ ମାନଙ୍କୁ ଆଗାମୀ ଦିନରେ କେବେ ଓ କିଭଳି ସେମାନଙ୍କ ହକ ବା ଅଧିକାର ମିଳୁଛି ତାହା ଦେଖିବାକୁ ବାକି ରହିଲା |
Get real time updates directly on you device, subscribe now.