ସରକାରୀ ଉଚ୍ଚ ବିଦ୍ୟାଳୟ, ତାବରଡାରେ ଶିଶୁ ଦିବସ ପାଳିତ

16

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ,ତାବରଡା ଠାରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ସଭାପତିତ୍ବ କରି କାର୍ଯ୍ୟକ୍ରମର ଶୁଭ ଆରମ୍ଭ କରିଥିଲେ।ଶିଶୁ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହୁରଙ୍କ ଶିଶୁ ମାନଙ୍କ ପ୍ରତି ରହିଥିବା ସ୍ନେହ , ଶ୍ରଦ୍ଧା, ଆଦରକୁ ମନେପକେଇ ଏକ ସୁନାଗରିକ ରୂପେ ନିଜକୁ ଗଠନ କରିବା।ଆଜିର ଦିବସରେ ଶପଥ ନେବାପାଇଁ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି କହିଥିଲେ ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ରଇତ ଓ ଉମା ଶଙ୍କର ସାହୁ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ନେହେରୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଆୟୋଜନ ହୋଇଥିବା ବକୃତା, କୁଇଜ ଓ ସଂ।ସ୍କୃତିକ କାର୍ଯ୍ୟକ୍ରମର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଛି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଦ୍ୟାଳୟର 550 ଜଣ ଶିଶୁଙ୍କୁ ମିଷ୍ଟାନ ବଣ୍ଟନ କରାଯାଥିଲା ଓ ବିଦ୍ୟାଳୟ ତରଫରୁ ମଧ୍ୟାହ୍ନ ଭୋଜନ ଦିଆଯାଇଛି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ପରିଚାଳନା କରିଥିବା ବେଳେ ଶିକ୍ଷକ ହର୍ଷ କୁମାର ଲୋହରା ଧନ୍ୟବାଦ ଅର୍ପଣ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More