ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକର ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୨୦୨୨ ବର୍ଷ ପାଇଁ ପ୍ରକୃତିମିତ୍ର ପୁରସ୍କାର ଲାଭ କରିଛି । ତା ୫। ୬।୨୨ ରିଖ ବିଶ୍ଵ ପରିବେଶ ଦିବସ ଅବସରରେ ରାଜ୍ୟ ସ୍ତରୀୟ ପୁରସ୍କାର ବିତରଣୀ ଉତ୍ସବ ରାଜଧାନୀ ଭୁବନେଶ୍ଵରର ରବିନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସନ୍ତୋଷିନୀ ନନ୍ଦ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼. ମୋନା ଶର୍ମାଙ୍କ ଠାରୁ ପ୍ରମାଣପତ୍ର ସହିତ ପୁରସ୍କାର ବାବଦକୁ ୨୦୦୦୦ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ଗ୍ରହଣ କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ସମସ୍ତ ସଭ୍ୟ ସଭ୍ୟା ତଥା ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ମିଳିତ ପ୍ରଚେଷ୍ଟାରେ ବିଦ୍ୟାଳୟରେ ଏପରି ଏକ ସୁନ୍ଦର ପରିବେଶ ସୃଷ୍ଟି ହୋଇ ପାରିଛି । ପରିବେଶ ସୁରକ୍ଷା କ୍ଷେତ୍ରରେ ଏହି ଅନୁଷ୍ଠାନ ଆଗରୁ ମଧ୍ୟ ଅନେକ କାର୍ଯ୍ୟ କରି ଅନେକ ପୁରସ୍କାର ପାଇସାରିଛି ଓ ଅଞ୍ଚଳରେ ଉଦାହରଣ ସୃଷ୍ଟି କରିପାରିଛି । ଏଥିପାଇଁ ସମଗ୍ର ଅଞ୍ଚଳରୁ ଏହି ଅନୁଷ୍ଠାନକୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି । ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ।