ସରକାରଙ୍କ ସ୍ଲୋଗାନ “ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ” ଏଠି ପୂରା ବାଟବଣା , ମନ୍ଦିରରେ ୭ବର୍ଷ ହେଲା ଚାଲିଛି ପାଠ ପଢା

25

Get real time updates directly on you device, subscribe now.

ସାଲେପୁର(ସଂଘର୍ଷ ମିଡିଆ ) : ତରିତୋ ପଂଚାୟତ ମୁର୍କୁଣ୍ଡି ଗ୍ରାମରେ ଏଭଳି ବିଦ୍ୟାଳୟ ଏକ ରହିଛି, ଯେଉଁ ବିଦ୍ୟାଳୟ 7ବର୍ଷ ହେଲା ଏକ ମନ୍ଦିର ବେଢାରେ ପାଠ ପଢା ଚାଲିଛି। ଏହାପୁଣି ସାଲେପୁର ଶିକ୍ଷା ବିଭାଗର ଜ୍ଞାତସାରରେ ଚାଲିଛି । ବିଦ୍ୟାଳୟର ଘଣ୍ଟା ବଦଳରେ ବାଜୁଛି ମନ୍ଦିରର ଘଣ୍ଟ, ଘଣ୍ଟା, ପୂଜା ଓ ମନ୍ତ୍ର୍ର ପାଠ ଭିତରେ ଚାଲିଛି ପିଲାଙ୍କ ପାଠ ପଢ଼ା। କଟକ ଜିଲ୍ଲା ସାଲେପୁର ବ୍ଲକ୍ ଶିକ୍ଷା ମଣ୍ଡଳ ଅଧିନସ୍ଥ ତରିତୋ ପଂଚାୟତର ମୁର୍କୁଣ୍ଡି ଦାଶସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ। ଯେଉଁଠି ବିଦ୍ୟାଳୟଟି ଚାଲିଛି ସ୍ଥାନୀୟ ବାଣେଶ୍ୱର ଶିବ ମନ୍ଦିରରେ। ସବୁ ଦିନ ସକାଳ ଠାରୁ 11ଟା ମଧ୍ୟରେ ମୁଖ୍ୟତଃ ପୂଜା ପାଠ ହୁଏ । ଏହା ମଧ୍ୟରେ ପ୍ରତ୍ୟହ ପାଠ ପଢା ଚାଲେ। ନିଜସ୍ଵ ସ୍କୁଲ ଘର ନଥିବାରୁ ଏହି ମନ୍ଦିର ବେଢ଼ାରେ 2015ରୁ ୭ ବର୍ଷ ହେଲା ଚାଲିଛି ପାଠ ପଢ଼ା। ଏପରିକି ଏହି ମନ୍ଦିରରେ ବଡ଼ ବଡ଼ ଯାନିଯାତ୍ରା ପର୍ବରେ ଏଠାରେ ସ୍କୁଲ ବନ୍ଦ କରିବାକୁ ପଡେ । ସ୍ଥାନୀୟ ବାସିନ୍ଦା ଓ ଅଭିଭାବକ ମାନେ ଶିକ୍ଷା ଓ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଏହି ବିଦ୍ୟାଳୟଟି ଜଗତସିଂହପୁର ଜିଲ୍ଲା ଶିକ୍ଷା ମଣ୍ଡଳ ଅଧୀନରୁ ଆସି ଏବେ କଟକ ଜିଲ୍ଲା ସାଲେପୁର ଶିକ୍ଷା ମଣ୍ଡଳ ଅନ୍ତର୍ଭୁକ୍ତ ହୋଇଛି । ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ କ୍ଲାସ୍ ଥିବା ବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା 40ବୋଲି କୁହାଯାଉଛି ଓ ପାଠ ପଢାଉ ଛନ୍ତି 2ଜଣ ଶିକ୍ଷକ। ଛାତ୍ରଛାତ୍ରୀ ମାନେ ଖୋଲା ମେଲାରେ ପାଠ ପଢୁଥିବା ବେଳେ କୈାଣସି ଦୈବୀ ଦୁର୍ବିପାକରେ ବିଦ୍ୟାଳୟ ଅନେକ ଦିନ ଧରି ବନ୍ଦ ରୁହେ । ଖାଲି ସେତିକି ନୁହେଁ ଏଠାରେ ରୋଷେଇ ଘର ନଥିବାରୁ ଗାଁରୁ ରୋଷେଇ କରି ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଆସିଥାଏ ଓ ଖୋଲା ମଇଦାନରେ ମଧ୍ୟାହ୍ନ ଭୋଜନ ଖାଇଲା ବେଳେ ବୁଲା କୁକୁର ମାଙ୍କଡ଼ ମାନେ ଛାତ୍ରଛାତ୍ରୀମାନଙ୍କ ଠାରୁ ଖାଦ୍ୟ ଛଡ଼ାଇ ଖାଇ ଦେଉଥିବା ଭଳି ଅଭାବନୀୟ ଘଟଣା ଅନେକ ବାର ଘଟିଥାଏ । ସରକାରଙ୍କ ସ୍ଲୋଗାନ “ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ” ଏଠି ପୂରା ବାଟବଣା ହୋଇଛି। ଯେଉଁଠି ଛାତ୍ରଛାତ୍ରୀ ମାନଙ୍କ ପାଇଁ ପାଠ ପଢ଼ିବାକୁ ଘର ଖଣ୍ଡିଏ ଯୋଗାଇ ଦେଇ ପାରୁନାହାଁନ୍ତି ସରକାର ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More