ସରକାରଙ୍କ ସକାଳୁଆ ନିର୍ଦ୍ଦେଶକୁ ଫୁ , ୭ଟା ବଦଳେ ୯ଟାରେ ଆସୁଛନ୍ତି ସରକାରୀ କର୍ମଚାରୀ

14

Get real time updates directly on you device, subscribe now.

ନବରଙ୍ଗପୁର,୨୬/୪() ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଖାତିଗୁଡ଼ା ମୁଖ୍ୟ ଦପ୍ତରରେ ରହିଥିବା ଉପ କୋଷାଗାରରେ ରାଜ୍ୟ ସରକାରଙ୍କ ସକାଳୁଆ ନିର୍ଦ୍ଦେଶ କାର୍ଯ୍ୟ କାରୀ ହେଉ ନ ଥିବା ଦେଖିବାକୁ ମିଳୁଛି। ସକାଳ ୭ଟା ବଦଳରେ ୯ ଟାରେ କାର୍ଯ୍ୟାଳୟକୁ କର୍ମଚାରି ହୋଲି ଝୁଲି ଆସିଥିବା ଦେଖିବାକୁ ମିଳୁଛି। ନାମକୁ ମାତ୍ର ଦେଖ ଦେଖାଣି ୪ର୍ଥ ଶ୍ରେଣୀ କର୍ମଚାରି ଚୌକି ପକାଇ ବସି ରହୁଛନ୍ତି। ସେମାନଙ୍କୁ ଉଚ୍ଚ ପଦସ୍ତ ଅଧିକାରୀ ଯେମିତି ଶିକ୍ଷା ଦିକ୍ଷା ଦେଇଛନ୍ତି ସେମାନେ ସେ ନୂତନ ଯୁଗର ଟେକ୍ ନିକ୍ ରେ କୌଣସି ଲୋକ ପଚାରିଲେ ଉତ୍ତର ଦିଅନ୍ତି, ସାର୍ ଆସି ଚା କିମ୍ବା ଟିଫିନ୍ ଖାଇବାକୁ ଯାଇଛନ୍ତି, କିନ୍ତୁ ପ୍ରକୃତ କଥା ତାହା ନୁହେଁ କଥା ହେଇଛି ସରକାରୀ ବାବୁ ମାନେ ୯ଟାରେ କାର୍ଯ୍ୟାଳୟକୁ ଆସିବେ। ପ୍ରକୃତରେ ଢାହା ମିଛ ସକାଳୁ କହିବାକୁ କେଉ ଅଧିକାରୀ ଶିକ୍ଷା ଦେଇଛନ୍ତି ତାହା ସନ୍ଧେହ ଜନକ। ଜଣେ କର୍ମଚାରୀଙ୍କୁ ପଚାରୀବାରୁ ସବୁବେଳେ ନୀତି ଦିନ ଚାଲି ଆସୁଛି l ଅଞ୍ଚଳ ର ଜନ ପ୍ରତିନିଧିଙ୍କୁ କହିଲେ ମଧ୍ୟ କାମ ହେବ ନାହି , ଜନ ପ୍ରତିନିଧି ଚାହିଁଲେ ବି ପରିବର୍ତ୍ତନ ହେବ ନାହିଁ ବୋଲି କହିଥିଲେ।ସେ ପୁଣି କହିଥିଲେ, ଖାତିଗୁଡ଼ା ମୁଖ୍ୟ ଦର୍ପର ଅନ୍ୟତ୍ର ଚାଲିଯିବା ପରେ ଖାତିଗୁଡ଼ା ରହିଥିବା ସମସ୍ତ କାର୍ଯ୍ୟାଳୟ ଅବସ୍ଥା ଶ୍ରୀହୀନ ହୋଇ ଯାଉଛି। ବର୍ତ୍ତମାନ ଏହି କାର୍ଯ୍ୟାଳୟ ମଧ୍ୟ ତେନ୍ତୁଳିଖୁଣ୍ଟି ତହସିଲ କାର୍ଯ୍ୟାଳୟ କିମ୍ବା ବ୍ଲକ୍ କାର୍ଯ୍ୟାଳୟରେ ଯାଇ ପାରେ ବୋଲି କହିଛନ୍ତି। ତେଣୁ ଏହି କାର୍ଯ୍ୟାଳୟ କୁ ଯେ ଆସିଲେ ସେ ହଇରାଣ ହେବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ।ଏ ନେଇ ମୋ ସରକାର ଟ୍ରୋଲ ପ୍ରି ନଂ ୧୪୫୪୫ରେ ଯୋଗାଯୋଗ କରିବାରୁ ଆପଣଙ୍କ ଅଭିଯୋଗ ପଞ୍ଜିକରଣ କରାଯାଇଛି ତୁରନ୍ତ ନବରଙ୍ଗପୁର ଜିଲ୍ଲାପ୍ରଶାସନ ଟାରୁ ଉତ୍ତର ପାଇବେ ବୋଲି କହିଥିଲେ। ଏଠାରେ ସମସ୍ତ ବିଭାଗକୁ ନାମକୁ ମାତ୍ର ମୋ ସରକାର ୫ଟି ଲାଗୁ କରିଥିବା ବେଳେ,ଏହି କାର୍ଯ୍ୟଳୟ ଯେ ଆସିଲେ ସେ ଜାଣିବେ ଏହାର ମୁଖ୍ୟ କଥା, ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ଜନ ସାଧାରଣ ଙ୍କ ସେବା ଯୋଗାଇ ଦେବାକୁ ଅଞ୍ଚଳର ଜନ ସାଧାରଣ ଦାବି କରିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More