କେନ୍ଦ୍ରାପଡା (ସଂଘର୍ଷ ମିଡିଆ ) : ବିଶ୍ଵପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ପ୍ରତିବର୍ଷ କୁମ୍ଭୀର ପ୍ରଜନ୍ଵନ ପାଇଁ ମେ ପହିଲାରୁ ଜୁଲାଇ 31 ପଯ୍ୟନ୍ତ ପ୍ରାୟ 3 ମାସ ହେଲା ବନ୍ଦ ରହିଥାଏ। ଏହି ସମୟ ମଧ୍ୟରେ ଏଠାରେ ବଉଳା କୁମ୍ଭୀରମାନେ ବସା ଚି଼ହ୍ନଟ କରି ଅଣ୍ଡା ଦେଇଥାନ୍ତି ମା କୁମ୍ଭୀର ଏହି ସମୟରେ ଅଧିକ ହିଂସ୍ର ହୋଇପଡୁଥିବାରୁ ପଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜାତୀୟ ଉଦ୍ୟାନକୁ ବନ୍ଦ କରାଯାଇଥାଏ ! ଅଗଷ୍ଟ 5 ରୁ କେବଳ ଦିନବେଳା ପର୍ଯ୍ୟଟକ ଭ୍ରମଣ କରିପାରିବେ ବୋଲି ଅନୁମତି ମିଳିଥାଏ ଓ କୈାଣସି ପଯ୍ୟଟକମାନେ ରାତ୍ରି ଯାପନ କରିବାନେଇ କଟକଣା ମଧ୍ୟ କରାଯାଇଛି। ଭିତରକନିକାକୁ ଯିବାକୁ ହେଲେ ଡାଙ୍ଗମାଳ, ଖୋଳା ଏବଂ ଗୁପ୍ତି ପ୍ରବେଶ ପଥ ଦେଇ ଯିବାର ସୁବିଧା ରହିଛି। ପର୍ଯ୍ୟଟକମାନେ ବୁଲିବା ପାଇଁ ଜଳ ପଥର ଏକ ନିଆରା ଅନୁଭୁତି ଅନୁଭବ କରିବାସହ ଭୁଟୁଭୁଟିରେ ଯିବା ସମୟରେ ବହୁ କୁମ୍ଭୀର, କଇଁଛ, ମାଙ୍କଡ଼, ଜଙ୍ଗଲି ବାରାହା, ଓ ହରିଣ ମାନଙ୍କୁ ଦେଖିଥାନ୍ତି ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ। (ରାଜନଗରରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)