ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : କରୋନା ମୁକାବିଲା ପରିପ୍ରେକ୍ଷୀରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜରୁରୀ ସେବା ପରିସରଭୁକ୍ତ କରିଛନ୍ତି। ଏପରିକି ଖବରକାଗଜ ବିତରଣ ପାଇଁ ବ୍ୟବହୃତ ଯାନବାହନ ଓ ହକରଙ୍କ କ୍ଷେତ୍ରରେ ଲକ ଡାଉନ କଟକଣା କୋହଳ କରାଯାଇଛି। ଏହା ପଛରେ ସରକାରଙ୍କ ଲକ୍ଷ୍ୟ ସଚେତନା ସୃଷ୍ଟି ଏବଂ କରୋନା ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପକୁ ଗଣମାଧ୍ୟମ ଦ୍ବାରା ଲୋକଙ୍କ ନିକଟରେ ପହଞ୍ଚାଇବା। କରୋନା ସମ୍ବନ୍ଧରେ ଲୋକଙ୍କ ପାଇଁ ସଚେତନତା ଓ ସତର୍କତାର ବାର୍ତ୍ତା ସରକାର ବିଜ୍ଞାପନ ମାଧ୍ୟମରେ ଜଣାଉଛନ୍ତି। କିନ୍ତୁ ମାସେ ହେଲା କରୋନା ସଚେତନତା ପ୍ରଚାର ସଂକ୍ରାନ୍ତ ବିଜ୍ଞାପନ ପାଇଁ ଘରୋଇ ଟେଲିଭିଜନ ଚାନେଲ ସରକାରଙ୍କ ପ୍ରଥମ ପସନ୍ଦ ପାଲଟି ଥିବା ବେଳେ ଖବରକାଗଜଗୁଡ଼ିକୁ ଗୁରୁତ୍ବ ଦିଆଯାଉନାହିଁ। ସରକାରଙ୍କ ଏଭଳି ନୀତିକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।