ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣା ମୁକାବିଲା ନିମନ୍ତେ ଆପତକାଳୀନ ବୈଠକ

25

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭା ଗୃହ ଠାରେ ଜିଲା ପ୍ରଶାସନ ଓ କାରଖାନା ଏବଂ ବାସ୍ପିତ ବିଭାଗ ମିଳିତ ଆନୁକୂଲ୍ୟରେ ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣା ମୁକାବିଲା ନିମନ୍ତେ ଆପାତକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲାପାଳ ପାରୁଲ ପଟାୱରୀ ଅଧ୍ୟକ୍ଷତା କରି କହିଲେ ଜଗତସିଂହପୁର ଜିଲ୍ଲା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲା।ଜିଲାର ପାରାଦ୍ୱୀପ ଠାରେ ଗଢି ଉଠିଥିବା ବୃହତ ଶିଳ୍ପାନୁଷ୍ଠାନ ମାନନଙ୍କ ରେ ରସାୟନିକ ଦୁର୍ଘଟଣା ମୁକାବିଲା ନିମନ୍ତେ ଜିଲା ଆପାତ କାଳୀନ ବୈଠକ ଅନୁଷ୍ଠିତ ହେଉଅଛି।ଶିଳ୍ପାନୁଷ୍ଠାନ ଗୁଡିକରେ ରସାୟନିକ ଦୁର୍ଘଟଣା ମୁକାବିଲା ନିମନ୍ତେ ଆଗୁଆ ପସ୍ତୁତି, ସୁରକ୍ଷା ପାଇଁ ଜିଲା ଆପାତ କାଳୀନ ଗ୍ରୁପ କାର୍ଯ୍ୟ କରୁଛି।ଜିଲାରେ ମୋଟ ୯ଟି ମୁଖ୍ୟ ଦୁର୍ଘଟଣା ପ୍ରବଣ ଶିଳ୍ପାନୁଷ୍ଠାନ ରହିଛି। ଆଖପାଖ ଜନସାଧାରଣଙ୍କୁ ରାସାୟନିକ ଦୁର୍ଘଟଣା ସମ୍ପର୍କରେ ସଚେତନ କରିବାକୁ ଜିଲାପାଳ ଶିଳ୍ପାନୁଷ୍ଠାନ ର କର୍ମକର୍ତ୍ତା ମାନଙ୍କୁ ଜିଲାପାଳ ପରାମର୍ଶ ଦେଇଥିଲେ।ଏହି ବୈଠକରେ ଭୋପାଳର ଡେପୁଟି ଡ଼ାଇରେକ୍ଟର ଡକ୍ଟର ଅସିତ ପାତ୍ରୋ ରିସୋର୍ସ ପର୍ସନ ଭାବେ ଯୋଗଦେଇ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସ୍ତାବ ଶିଳ୍ପାନୁଷ୍ଠାନର କର୍ମକର୍ତ୍ତାଙ୍କୁ ସୂଚନା ଦେଇଥିଲେ।ଏହି ବୈଠକରେରେ ପାରାଦ୍ୱୀପର ସମସ୍ତ ଶିଳ୍ପାନୁଷ୍ଠାନ ଜିଲା ସ୍ତରିୟ ଅଧିକାରୀମାନେ ପ୍ରମୂଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷରେ ଜରୁରୀ ବିଭାଗ ଡେପୁଟି କଲେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More