ସମ୍ବାଦ ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଗ୍ରାମରେ ରହିଥିବା ଜିଲ୍ଲାକୃଷି କାର୍ଯ୍ୟଳୟ, ବ୍ଲକ କୃଷି କାର୍ଯ୍ୟଳୟ ଓ ଅଗ୍ନିଶମ ବିଭାଗ କାର୍ଯ୍ୟଳୟ ଠାରେ ସମ୍ବାଦ ଓ ସମ୍ବାଦ ସାହିତ୍ୟିଘର ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାପଡାହାଣ୍ଡି ବ୍ଲକ ସମ୍ବାଦ ପ୍ରତିନିଧି ଏନ. ଜନାର୍ଦନ ରାଓ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ବ୍ଲକ ଉପାଧକ୍ଷା ସୁଶାନ୍ତ ବେହେରା, ଜିଲ୍ଲା କୃଷି ଅଧିକାରୀ ଆୟୁରଦେହୀ ମିଶ୍ର,ବ୍ଲକ କୃଷି ଅଧିକାରୀ ସୋମ୍ୟରଞ୍ଜନ ପାତ୍ର,ଅଗ୍ନିଶମ ଓଆସି ଦେବଚନ୍ଦ ଶବର ସମ୍ବାଦ ସାହିତ୍ୟ ଘର ସମ୍ପାଦକ ଡ଼. ପ୍ରଭାତ ବିଶ୍ୱାଳ, ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସର ରେ ଅତିଥିମାନେ ବୃକ୍ଷ ର ଉପକାରିତା ବିଷୟ ରେ ଜଙ୍ଗଲ ସୁରକ୍ଷା ବୃକ୍ଷ ରୋପଣ ଲାଗି ଗୁରୁତ୍ୱ ଦେଇ କହିଥିଲେ।ଚାର ରୋପଣ କରି ଏହାର ଯତ୍ନ ନେବାପାଇଁ କହିଥିଲେ.ବ୍ଲକ କୃଷି କାର୍ଯ୍ୟଳୟ, ଜିଲ୍ଲା କୃଷି କାର୍ଯ୍ୟାଳୟ ଅଗ୍ନିଶର ବିଭାଗ, ପରିସର ରେ ବିଭିନ୍ନ କିସମର କୃଷ୍ଣଚୁଡା, ରାଧାଚୂଡ଼ା,ହରିଡ଼ା, ବାହାଡା, ଜାମ୍ବ ଏଭଳି 100 ରୁ ଉର୍ଦ୍ଧ ଚାରା ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ତ୍ରିନାଥ ଅମନାତ୍ୟ,ନନ୍ଦ କିଶୋର ବିଷୋୟୀ, ସିଦ୍ଧାର୍ଥ ଜୋଏଲ, ରାମପ୍ରସାଦ ଦାସ, ଅନିଲ ଭତରା, ସୁବାସିନୀ କୁଲଦୀପ, ସନ୍ତୋଷ ହରିଜନ, ଭି. ବିକାଶ ରାଓ, ଜିଲ୍ଲାକୃଷି ଓ ବ୍ଲକକୃଷି କାର୍ଯ୍ୟଳୟ ର ପ୍ରଫୁଲକୁମାର ଜୋଏଲ, ଉମାଶଙ୍କର ରଥ, ତୀର୍ଥ ଚରଣ ନାୟକ, ବିଷ୍ନୁପ୍ରିୟା ସାହୁ, ଜିତେନ୍ଦ୍ର ଟାକ୍ରୀ ଓ କର୍ମଚାରୀ ଅଗ୍ନିଶ୍ରମ କାର୍ଯ୍ୟଳୟ ନରତ୍ତମ ପାଣ୍ଡେ ଓ କର୍ମଚାରୀ, ବନ ବିଭାଗ ସୁଶାନ୍ତ କୁମାର ମାଝୀ, କୁନ୍ତଳା କୁମାରୀ ଖୁରା, ଲକିରାମ ମାଝୀ ପ୍ରମୁଖ ବୃକ୍ଷ ରୋପଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More