ବଲାଙ୍ଗୀର ( ସଂଘର୍ଷ ମିଡିଆ ) : ବଲାଙ୍ଗୀର ଜିଲ୍ଲା ସରପଞ୍ଚଙ୍କ ଦବଙ୍ଗଗିରି କରିଥିବା ସରପଞ୍ଚ ଓ ତାଙ୍କ ସହଯୋଗୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୱେବ୍ ମିଡ଼ିଆ ସଂଘ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।ପ୍ରକାଶ ଥାଉକି, ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ କାର୍ଯ୍ୟରତ ଥିବା ଏକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧୀ ଅନ୍ତିମ ପାଣିଗ୍ରାହୀଙ୍କୁ ଆକ୍ରମଣ ହୋଇଛି । ସୂଚନା ଯୋଗ୍ୟ ଯେ ତୁରେକେଲା ବ୍ଲକ ଝରନି ପଞ୍ଚାୟତରେ କୋଭିଡ ସେଣ୍ଟରରେ ଥିବା ଦାଦନ ଶ୍ରମିକମାନଙ୍କୁ ଟଙ୍କା ମିଳିନଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଖବର ସଂଗ୍ରହ କରିବା ପାଇଁ ସାମ୍ବାଦିକ ଜଣଙ୍କ ଉକ୍ତ ପଞ୍ଚାୟତକୁ ଯାଇଥିଲେ । କିନ୍ତୁ ଝରନି ସରପଞ୍ଚ ପ୍ରେମଲତା ମେହେରଙ୍କ ସ୍ବାମୀ ତାର ସହଯୋଗୀଙ୍କ ସହ ଆସି ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ । ଏଣୁ ଏହି ଘଟଣାର ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର ୱେବ୍ ମିଡ଼ିଆ ସଂଘ ତରଫରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସୁରକ୍ଷା ପ୍ରଦାନ ନିମନ୍ତେ ଏକ ଦାବି ପତ୍ର ଦିଆଯାଇଥିଲା । ଏଥିରେ ଦାବି ଜଣେଇଥିବା ପ୍ରଶାନ୍ତ ସାମନ୍ତରାୟ , ଯୁବ ସାମ୍ବାଦିକ ସୁବ୍ରତ କୁମାର ସାହୁ, ସୁଶାନ୍ତ ମଲ୍ଲିକ, ଜଗତ ସାହୁ, ଭୀଷ୍ମ ସାହୁ ଓ ନାର୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ୱେବ୍ ମିଡ଼ିଆ ପ୍ରତିନିଧିଙ୍କ ଉପସ୍ଥିତିରେ ଦାବିପତ୍ର ପ୍ରଦାନ କରାଯାଇଛି। କଳାହାଣ୍ଡି ଜିଲ୍ଲାରୁ କେମେରାମେନ୍ ରାଜେଶଙ୍କ ସହିତ ଭିଷ୍ମ ସାହୁଙ୍କ ରିପୋର୍ଟ ସଘଂର୍ଷ ନିଉଜ୍ ।