ସମ୍ବଲପୁର ( ସଂଘର୍ଷ ମିଡିଆ ) : ସମ୍ବଲପୁର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ଶହ ଟପିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁଯାୟୀ ଶନିବାର ରାଜ୍ୟରେ ୫୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ତନ୍ମଧ୍ୟରେ ସମ୍ବଲପୁର ଜିଲାର ୨୦ ଜଣ ଅଛନ୍ତି। ଆକ୍ରାନ୍ତ ଚିହ୍ନଟ ହେବା ସମୟରୁ ଏହା ସର୍ବାଧିକ। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତ ସଂଖ୍ୟା ୧୫୬ରେ ପହଞ୍ଚିଥିବାବେଳେ ୧୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।