ସମ୍ବଲପୁରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଓ ହତ୍ୟା ପ୍ରତିବାଦରେ ଭଣ୍ଡାରିପୋଖରୀ ଠାରେ ବିକ୍ଷୋଭ ଓ ପ୍ରତିବାଦ

12

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) :- ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ୍ ସମ୍ମୁଖରେ ହିନ୍ଦୁ ସମାଜ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ପବିତ୍ର ହନୁମାନ ଜୟନ୍ତୀ ପାଳନ ଅବସରରେ ସମ୍ବଲପୁରଠାରେ ହିନ୍ଦୁମାନଙ୍କ ଉପରେ ଯୋଜନାବଦ୍ଧ ଆକ୍ରମଣ ଓ ହତ୍ଯା ପ୍ରତିବାଦରେ ଆଜି ଭଣ୍ଡାରିପୋଖରୀ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରି କାର୍ଯ୍ୟକର୍ତ୍ତାମାନେ ପାଳଦା ବାଙ୍କଠାରୁ ଏକ ବାଇକ ଶୋଭାଯାତ୍ରା ରେ ବାହାରି ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚିଥିଲେ। ବଜରଙ୍ଗ ଦଳର ସଂଯୋଜକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରଚାର ପ୍ରମୁଖ ମାନସ ମହାନ୍ତି, ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ନାରାୟଣ ଧଳ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଭଣ୍ଡାରିପୋଖରୀ କାର୍ଯ୍ୟବାହ ପ୍ରଦୀପ ଦାସ,ବିଶ୍ୱ ହିନ୍ଦୁ ପରିଷଦର ବ୍ଲକ ସଭାପତି ରଥ ସାମଲ ଯୋଗ ଦେଇ ହିନ୍ଦୁ ସମାଜ ଉପରେ ଆକ୍ରମଣ କୁ ତୀବ୍ର ନିନ୍ଦା କରିବା ସହିତ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାରରେ ହିନ୍ଦୁମାନେ ଅସୁରକ୍ଷିତ ହୋଇ ପଡ଼ିଥିବା ଅଭିଯୋଗ କରିଥିଲେ।ଏହାଛଡା ବିଜେଡି ସରକାର ତୁଷ୍ଟିକରଣ ରାଜନୀତି କରି ହିନ୍ଦୁମାନଙ୍କ ଅଧିକାରକୁ ଛଡେଇ ନେଇ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଖୁସି କରାଇବାକୁ ଷଡଯନ୍ତ୍ର କରୁଛି ବୋଲି ଆରୋପ କରିଥିଲେ।ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଓ ହତ୍ୟାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ ଓ ତୀବ୍ର କରାଯିବ ବୋଲି ଚେତାବନୀ ଦେବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭଣ୍ଡାରିପୋଖରୀ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More