ସମ୍ପୂର୍ଣ୍ଣ ସୁସ୍ଥଥିବା ଜଣେ ୧୦ ବର୍ଷର ଝିଅକୁ କୋରୋନା ପଜିଟିଭ ଦର୍ଶାଇ ଚିକିତ୍ସା ଅଭିଯୋଗ

42

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ବଡମ୍ବା ବ୍ଳକରେ କଣ୍ଟାକ୍ଟ ଟ୍ରେସିଂ ଅନୁସାରେ ୧୪/୦୭ରେ ସ୍ୱାବ ସଂଗୃହିତ ହୋଇଥିଲା । ୧୫/୦୭ରେ ଏସ ସି ବି ମେଡ଼ିକାଲରେ ଟେଷ୍ଟ ରିପୋର୍ଟ ନେଗେଟିଭ ଥିବା ଦର୍ଶାଇ ଥିବା ଜଣେ ନାବାଳିକା ଝିଅକୁ ମାଣିଆବନ୍ଧ ମେଡ଼ିକାଲ ଓ ବଡ଼ମ୍ବା ବ୍ଳକ ପ୍ରଶାସନ ରିପୋର୍ଟ ପଜିଟିଭ ଦର୍ଶାଇ କୋଭିଡ଼ ହସପିଟାଲରେ ୧୦ଦିନ ରଖି ଚିକିତ୍ସା କରାଇ ଥିବାର ସମସ୍ତ ଦସ୍ତାବିଜ ଦେଖାଇ ବଡମ୍ବା ୟୁକୋ ବ୍ୟାଙ୍କରେ କାମ କରୁଥିବା କୃଷ୍ଣ ଚନ୍ଦ୍ର ସିଂ ଅଭିଯୋଗ କରିଛନ୍ତି । ପୂର୍ବରୁ ତାଙ୍କର ପଜିଟିଭ ଆସିଥିବା ବେଳେ ସେ ମେଡ଼ିକାଲରେ ଚିକିତ୍ସାଧିନ ଥିବା ସମୟରେ ତାଙ୍କ ସ୍ତ୍ରୀ ଓ ଝିଅର ସ୍ବାବ ଟେଷ୍ଟ କରାଯାଇଥିଲା । କଥା ହେଉଛି ଯେ ସମ୍ପୂର୍ଣ୍ଣ ସୁସ୍ଥଥିବା ଜଣେ ୧୦ ବର୍ଷର ଝିଅ ଓ ତାଙ୍କ ମାଆଙ୍କୁ କୋରୋନା ପଜିଟିଭ ଦର୍ଶାଇ ଚିକିତ୍ସା କରାଯାଇଥିବା ବେଳେ ତାଂକ ପରିବାର ଏବେ ଏକ ପ୍ରକାର ସାମାଜିକ ବାସନ୍ଦରେ ଚଳୁଛନ୍ତି ଏବଂ ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି । ତେବେ ପ୍ରଶ୍ନ ଉଠୁଛି କାହାର ରିପୋର୍ଟ ଠିକ ? କୋରୋନା ନେଗେଟିଭ ଥିବା ସମୟରେ ପଜେଟିଭ ଦର୍ଶାଇ ଚିକିତ୍ସା ଦ୍ଵାରା ଯଦି କୌଣସି ପ୍ରତିକ୍ରିୟା ଦେଖାଯାଏ କିଏ ଦାୟୀ ହେଇଥାନ୍ତେ ? କିଏ ଦେବ ଉକ୍ତ ୧୦ ବର୍ଷ ବୟସର ନାବାଳିକାକୁ ନାୟ ?? ଓଡ଼ିଶାରେ କୋରୋନା ମୁକାବିଲାର ଅପ୍ରିୟ ସତ୍ୟ । ଭିଡ଼ିଓ ଦେଖିଲେ ଆପଣମାନେ ଆପେ ବୁଝିଯିବେ । କଟକ ଏସସିବି ମେଡ଼ିକାଲ ସ୍ବାବ୍ ରିପୋର୍ଟ ନେଗେଟିଭ ଦେଇଥିବା ବେଳେ କେମିତି ବ୍ଳକ ପ୍ରଶାସନ ଓ ସ୍ଥାନୀୟ ମେଡ଼ିକାଲ ଟିମ ପଜିଟିଭ କରେଇ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଏକ ଦଶ ବାର ବର୍ଷର ନାବାଳିକା ଝିଅକୁ ନେଇ ଅସୁସ୍ଥ ଦର୍ଶାଇ ଚିକିତ୍ସା କରୁଛନ୍ତି । ଏନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବଡ଼ମ୍ବାର ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ନରସିଂହପୁର ସଞ୍ଜୟ ପଟ୍ଟନାୟକ ସହ।ଅରବିନ୍ଦ ପ୍ରଧାନ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More