ସମୂହ ଶିଳା ସ୍ଥାପନ ଉତ୍ସବରେ ଯୋଗ ଦେଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ

7

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣ କାର୍ଯ୍ୟ ଚାଲିଥିବା ଶ୍ରୀ ଜଗନ୍ନାଥ ମନ୍ଦିରର ପୁନାଦୀରେ ସମୂହ ଶିଳା ସ୍ଥାପନ ଉତ୍ସବର ଦ୍ୱିତୀୟ ଦିନରେ ଯୋଗ ଦେଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ପ୍ରଥମେ ଠାକୁରଙ୍କ ଦର୍ଶନ କରିବା ପରେ ଶିଳା ନ୍ୟାସ ଉତ୍ସବରେ ଯୋଗ ଦେଇଥିଲେ।ଏହି ଶିଳା ନ୍ୟାସ ଉତ୍ସବ 13 5 2022 ଠାରୁ 16 5 2022 ପର୍ଯ୍ୟନ୍ତ ହେବ।ଏହି ଶିଳା ନ୍ୟାସ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସହର ସମେତ ଆଖପାଖ ପୁରପଲ୍ଲୀ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଶିଳା ସ୍ଥାପନ କରିଥିଲେ।ପ୍ରଥମ ଦିନରେ ପାରଳା ରାଜଜେମା କଲ୍ୟାଣି ଗଜପତିଙ୍କ ନେତୃତ୍ୱରେ ହୋଇଥିବା ଏହି ଶିଳା ନ୍ୟାସ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସହିତ ଜିଲ୍ଲା ପ୍ରଶାସନ ମଧ୍ୟ ସାମିଲ ହୋଇଛି। ଏହି ଉତ୍ସବରେ ପ୍ରଥମ ଦିନ ଓ ଦ୍ୱିତୀୟ ଦିନରେ ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଯାଜପୁର ଓ କେରାଣ୍ଡୀ ଗ୍ରାମରୁ ଶ୍ରଦ୍ଧାଳୁ ମାନେ ବିରାଟ ପଟୁଆରରେ ଆସି ଏହି ଉତ୍ସବରେ ସାମିଲ ହୋଇଥିଲେ। ସନ୍ଧ୍ୟା ସମୟରେ ଭକ୍ତଙ୍କ ସମାଗମ ଓ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭକ୍ତ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ଓ ଅନ୍ୟାନ୍ୟ ଭକ୍ତଙ୍କ ମିଳିତ ଉଦ୍ୟମରେ ଶିଳା ସ୍ଥାପନ ଉତ୍ସବ ଅନୁଷ୍ଠିତ ଜାରୀରହିଛି।ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More