ସମୁଦ୍ରରେ ମାଛ ଧରୁଥିବା ସମୟରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ଡ୍ରୋନ୍

156

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ପେଣ୍ଠକଟା ବେଳାଭୂମିର ମତ୍ସ୍ୟଜୀବିଙ୍କ ଜାଲରେ ରକେଟ୍ ଆକୃତିର ଏକ ଡ୍ରୋନ୍ ଦେଖିବାକୁ ମିଳିଛି। ତେବେ ଏହି ଯନ୍ତ୍ରାଂଶରେ ANA DRONE ବୋଲି ଲେଖାଯାଇଛି। ପେଣ୍ଠକଟା ବେଳାଭୂମିର କିଛି ମତ୍ସ୍ୟଜୀବୀ ବାଲିହରଚଣ୍ଡୀ ମୁହାଣରେ ଜାଲ ପକାଇ ମାଛ ଧରୁଥିବା ବେଳେ ଏହି ଯନ୍ତ୍ରାଂଶଟି ତାଙ୍କ ଜାଲରେ ପଡିଥିଲା। ପରେ ସେମାନେ ଏହାକୁ ଉଦ୍ଧାର କରି ଡଙ୍ଗାରେ ପୁରୀ ପେଣ୍ଠକଟା ବେଳାଭୂମିକୁ ଆଣିଥିଲେ। ଫାଇବର କଭର୍ ଦ୍ୱାରା ଆଚ୍ଛାଦିତ ଯନ୍ତ୍ରାଂଶଟିର ଲମ୍ବ ପ୍ରାୟ ୮ ଫୁଟ ହେବ ବୋଲି ଅନୁମାନ କରାଯାଉଛି। ଏଥିରେ କିଛି ଡିଭାଇସ୍ ସହ କିଛି ଲୁହା ଯନ୍ତ୍ରାଂଶ ଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଡ୍ରୋନ୍ ଟି ଗଭୀର ସମୁଦ୍ର ଭିତରେ କେମିତି ପଡିଲା, କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପଡି ଯାଇଛି କି, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଅନ୍ୟପଟେ ଏହି ଯନ୍ତ୍ରାଂଶକୁ ଦେଖିବାକୁ ପେଣ୍ଠକଟା ବେଳାଭୂମିରେ ଭିଡ ପରିଲକ୍ଷିତ ହୋଇଥିବା ବେଳେ ପେଣ୍ଠକଟା ମେରାଇନ୍ ଥାନା ପୋଲିସ ଉଦ୍ଧାର ଯନ୍ତ୍ରାଂଶ ନିକଟରେ ପହଞ୍ଚି ତଦନ୍ତ ଆରଂଭ କରିଚି। ଏହି ଡ୍ରୋନଟି କ’ଣ ପାଇଁ କେଉଁ ଉଦ୍ଦେଶ୍ୟ ରେ ଆସିଥିଲାମାରାଇନ୍ ଥାନା ପୋଲିସ ଓ କୋଷ୍ଟଗାଡ୍ ତରଫରୁ ଅଧିକ ତଦନ୍ତ ପାଇଁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣା ପୁରୀ ସହର ରେ ଚର୍ଚ୍ଚାର ବିଷୟ ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More